Latest Odisha News

BREAKING NEWS

ବିଜେପି ପ୍ରାର୍ଥୀ ଘୋଷଣାର ପୁନଃ ବିଚାର ଦାବୀ କଲେ ଆଶାୟୀ ପୁରୁଣା ନେତା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଏକ ଛୋଟ ଜିଲ୍ଲା ହୋଇଥିଲେ ହେଁ ଏଠିକାର ରାଜନୀତି ସର୍ବୋପରି ଚର୍ଚ୍ଚାରେ ରହିଥାଏ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଟିକେଟ୍ କୁ ନେଇ ବିବାଦ ଦେଖାଦେଇଛି । ନିଜନିଜ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚର୍ଚ୍ଚା ର ବିଷୟ ପାଲଟି ଥିବା ବେଳେ କଂଗ୍ରେସ ରୁ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ଭାବରେ ଛିଡା ହେବା ଚର୍ଚ୍ଚାକୁ ନେଇ ହଟଚମଟ ଲାଗି ରହିଥିଲା ।

ବର୍ତ୍ତମାନ କଂଗ୍ରେସ ଓ ବିଜେଡ଼ି ମଇଦାନକୁ ଓହ୍ଲାଇ ପ୍ରଚାର କରିବାର ପ୍ରସ୍ତୁତ କରୁଥିବା ବେଳେ ବିଜେପି ପ୍ରାର୍ଥୀ ଚୟନକୁ ନେଇ ବିଜେପି କର୍ମୀ ମହଲରେ ଅସନ୍ତୋଷ ଓ ଆଶାୟୀ, ବରିଷ୍ଠ ନେତାଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ବିଜେପି ଦଳ ମଧ୍ୟରେ କନ୍ଦଳର ଆଭାସ ଦେଉଛି ।

ନୂଆପଡ଼ା ଜିଲ୍ଲା ପାଇଁ ତିନି ପ୍ରମୁଖ ରାଜନୀତି ଦଳ କଂଗ୍ରେସ ବିଜେପି ଓ ବିଜେଡି ନିଜ ନିଜ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଙ୍କ ପ୍ରାର୍ଥୀତ୍ବ କୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ବିରଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ ଏବଂ ଯଦୁମଣି ପାଣିଗ୍ରାହୀ ।

ଆଜି ଉଭୟ ପାଣିଗ୍ରାହୀ ଓ ଶ୍ରୀ ପାଢ଼ୀଙ୍କ ଆହ୍ବାନ କ୍ରମେ ନୂଆପଡ଼ା ଅଞ୍ଚଳର ଆଠ ଗୋଟି ମଣ୍ଡଳରୁ ସାତ ଗୋଟି ମଣ୍ଡଳର ଶହଶହ ବିଜେପି କର୍ମୀ ଏକ ସଭାର ଆୟୋଜନ କରି ନବ ନିଯୁକ୍ତ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ଓ ସାଂସଦ ବସନ୍ତ ପଣ୍ଡାଙ୍କୁ ସମାଲୋଚନା କରିଛନ୍ତି । ସାଂସଦ ପଣ୍ଡା ସବୁ ଜାଣି ଶୁଣି ବିଜେପିରେ ପରିବାର ବାଦ ପସେଇ ଜଣେ ନୂତନ ଓ ଦକ୍ଷତା ନଥିବା ପ୍ରାର୍ଥୀ ଙ୍କୁ ଛିଡା କରାଇଛନ୍ତି ।

ନୂଆପଡ଼ାରେ ଅନେକ ପୁରୁଣା ଓ ଦକ୍ଷ ବିଜେପି କର୍ମୀ ଅଛନ୍ତି ଯେଉଁମାନେକି ଦଳ ପାଇଁ ଦୀର୍ଘ ବର୍ଷ ଧରି କାମ କରି ଜନ ସେବା କରି ଆସୁଛନ୍ତି । ହେଲେ କେଉଁ ସ୍ବାର୍ଥ ରେ ଅଭିନନ୍ଦନଙ୍କୁ ଟିକେଟ୍ ଦିଆଗଲା ତାକୁ ନେଇ ପ୍ରଶ୍ନ କରିଛନ୍ତି । ଅଭିନନ୍ଦନଙ୍କୁ ଟିକେଟ୍ ଦେବା ମାନେ ବିଜେଡିର ବିଜୟୀ ରାସ୍ତା ସଫା କରି ବିରୋଧୀଙ୍କ କାମ ସହଜ କରିଦେବା ଭଳି ମନେ ହେଉଥିବା ବିଜେପି କର୍ମୀ ମାନେ ମତ ଦେଇଛନ୍ତି ।

ଆଗାମୀ କିଛି ଦିନ ମଧ୍ୟରେ ନୂଆପଡ଼ା ରୁ ଏକ ପ୍ରତିନିଧି ଦଳ ରାଜ୍ୟ ବିଜେପି ନେତା ଙ୍କୁ ସାକ୍ଷାତ କରି ନୂଆପଡ଼ା ପ୍ରାର୍ଥୀ ଚୟନ ର ପୁନଃ ବିଚାର ପାଇଁ ନିବେଦନ କରାଯିବ ଅନ୍ୟଥା ତାର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଉଭୟ ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ ଓ ପ୍ରସନ୍ନ ପାଢ଼ୀ କହିଛନ୍ତି ।

ନୂଆପଡ଼ାରେ ବିଜେପି ପ୍ରାର୍ଥୀତ୍ବ କୁ ନେଇ କର୍ମୀ ମହଲରେ ଅସନ୍ତୋଷ ଘଟଣା ରେ ଦଳ କିଭଳି ଆଗାମୀ କାର୍ଯ୍ୟପନ୍ଥା ଅବଲମ୍ବନ କରିବ ତାର ବିଚାର କରିବା ଜରୁରୀ ହୋଇଥିବା ବେଳେ, ନାମାଙ୍କନ ପୂର୍ବରୁ ବିଜେପି ର ଏହି ସ୍ଥିତି ଉପରେ ଅଭିନନ୍ଦନ କୁ ପଚାରିବାରୁ ଏହା ବିଜେପି ପରିବାରର କଥା ଆଗାମୀ ଦିନରେ ଦଳ ଏକ ହୋଇ ଲଢିବ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଆଶୀର୍ବାଦ ମୋ ଉପରେ ଅଛି ବୋଲି କ୍ୟାମେରା ସାମ୍ନା ରୁ ଦୂରେଇ ଯାଇଛନ୍ତି ।

Leave A Reply

Your email address will not be published.