Latest Odisha News

BREAKING NEWS

ବିଜେଡିରେ ମିଶିଲେ ଶତାଧୀକ ବିଜେପି ନେତା ଓ କର୍ମୀ

ଭୁବନେଶ୍ଵର: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଚାଲିଛି ରାଜନେତା ମାନଙ୍କର ଦଳଡିଆଁ କାର୍ଯ୍ୟକ୍ରମ । ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ କୋଟିଆ ବ୍ଲକର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ପାଙ୍ଗି । ସେହିପରି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଅଭିରାମ ହଁତାଲ । ତାଙ୍କ ସହ ଅବସରପ୍ରାପ୍ତ ପ୍ରଶାସକ ତିଲକ ହେମନ୍ଦୁ, ମକୁନ୍ଦ ନାୟକ, ଉପେନ୍ଦ୍ର ହଁତାଲା, ପର୍ଶୁରାମ ପାଙ୍ଗି, ଦାଶରଥୀ ଖାଲ ବି ବିଜେଡିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଓ ସଂଗଠନ ସମ୍ପାଦକଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।

ଏହି ଅବସରରେ ସସ୍ମିତ ପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖି ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ୨୦୦ରୁ ଅଧିକ କର୍ମୀ ଦଳରେ ସାମିଲ ହୋଇଛନ୍ତି । ୨୦୨୪ ନିର୍ବାଚନରେ ପୋଟାଙ୍ଗୀରେ ବିଜେଡି ସୁଦୃଢ ହେବ । ରାମ ଚନ୍ଦ୍ର ପାଙ୍ଗି କହିଛନ୍ତି ଯେ ମୁଁ ୨୦୧୭-୨୦୧୯ ଯାଏଁ ବିଜେପିର ସଂଗଠନ କଲି ।

ବିଜେପି ସଂଗଠନ ନଥିଲା । ନିଜେ ଖର୍ଚ୍ଚ କରି ସଂଗଠନ କଲି । ମତେ କାଟିକି ନୂଆ ପ୍ରାର୍ଥୀ ଦେଲା ବିଜେପି । ଯାହା ଦୁଃଖ ଲାଗିଲା । ସବୁ ବୈଠକକୁ ବଏକଟ କଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଓ ନିର୍ମଳ ଭାବମୂର୍ତ୍ତି ସହ ମୋ ପୁତୁରା ପ୍ରଫୁଲ୍ଲ ପାଙ୍ଗିଙ୍କ ପରାମର୍ଶରେ ବିଜେଡିରେ ସାମିଲ ହେଲି ।

 

Leave A Reply

Your email address will not be published.