Latest Odisha News

BREAKING NEWS

ଆସାମରେ ବନ୍ୟା ବିତ୍ପାତ; ୩୧ ହଜାର ଲାେକ ପାଣିଘେରରେ

ଗୌହାଟି:ଆସାମରେ ଭୟଙ୍କର ବନ୍ୟା । ପ୍ରବଳ ବର୍ଷା ପରେ ବନ୍ୟା ବିତ୍ପାତ । ୧୦ ଜିଲ୍ଲାର ୩୧ ହଜାରରୁ ଅଧିକ ଲୋକ ପାଣିଘେରରେ ଅଛନ୍ତି । ସଡକ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।  ବନ୍ୟାସ୍ଥିତି ଗମ୍ଭୀର ହୋଇଥିବାରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ପାଣିପାଗ ବିଭାଗର ସତର୍କ ସୂଚନା ଲୋକଙ୍କୁ ଅଧିକ ଆତଙ୍କିତ କରିଛି । ପାଣିପାଗ ବିଭଗ ତଥ୍ୟ ଅନୁଯାୟୀ, ଆସନ୍ତା ରବିବାର ପର୍ଯ୍ୟନ୍ତ ଆସାମ ପାଣିପାଗରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । ଆଇଏମଡି ପକ୍ଷରୁ ରାଜ୍ୟରେ ରବିବାର ଓ ସୋମବାର ରେଡ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ଜାରି କରିଛି ବିଭାଗ ।

   ଆସାମ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ ଚିରାଙ୍ଗ, ଧେମାଜୀ, ଧୁବରୀ, ଡିବ୍ରୁଗଡ, ସମେତ ଅନେକ ଜିଲ୍ଲା ପାଣି ଘେରରେ ରହିଛି । କେବଳ ଲକ୍ଷ୍ମୀପୁର ଜିଲ୍ଲାର ୨୨ ହଜାରରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରବିବାର ଏବଂ ସୋମବାର ଲୋୟର ଆସାମ ଯେମିତିକି କୋକ୍ରାଝର, ଚିରାଙ୍ଗ, ବାକ୍ସା, ବାରପେଟା ଏବଂ ବୋଙ୍ଗାଇଗାଓ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଧ୍ରୁବି, କାମରୂପ, କାମରୂପ ମେଟ୍ରୋପଲିଟାନ, ନାଲବାରି, ଦିମା ହସାଓ, କାଚର, ଗୋଲପାରା ଏବଂ କରିମଗଞ୍ଜ ଆଦି ଅଞ୍ଚଳରେ ଅତିରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.