Latest Odisha News

BREAKING NEWS

ବଡ଼ଦାଣ୍ଡରେ ଗଡ଼ିଲା ରଥ; ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା, ୧୫ ଆହତ

ପୁରୀ: ବଡ଼ଦାଣ୍ଡରେ ଅଘଟଣ । ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ପ୍ରଥମେ ଆରମ୍ଭ ହୋଇଥିଲା । ଗରମ ଓ ଗୁଳୁଗୁଳି ଭିତରେ ଭକ୍ତ ପ୍ରବଳ ଉତ୍ସାହର ସହ ତାଳଧ୍ୱଜକୁ ଟାଣି ନେଇଥିଲେ । ମରିଚିକୋଟ ଛକ ନିକଟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ୧୫ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼଼ିଛି । ଆହତମାନଙ୍କୁ ଉଦ୍ଧାର କରି ସୁରକ୍ଷାକର୍ମୀ ପୁରୀ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ପରେ ବଡଦାଣ୍ଡରେ ରଥଟଣା ଆରମ୍ଭ ହୋଇଥିଲା । ଭକ୍ତଙ୍କ ଗହଣରେ ପ୍ରଥମେ ତାଳଧ୍ୱଜ ରଥ ଗଡ଼ିଥିଲା । ପରେ ପରେ ୩ଟା ୫୫ରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ନେଇଥିଲେ ଶ୍ରଦ୍ଧାଳୁ । ଶେଷରେ ଶ୍ରଦ୍ଧାଳୁ ମହାବାହୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣି ନେଉଛନ୍ତି ।

ରଥ ଟଣା ପୂର୍ବରୁ ଗଜପତି ମହାରାଜ ଦିବ୍ୟସିଂହ ୩ ରଥରେ ଛେରାପହଁରା କରିଥିଲେ । ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ମଧ୍ୟରେ ୩ ରଥ ଆଗକୁ ଆଗକୁ ଶରଧା ବାଲି ଆଡ଼କୁ ଗଡ଼ି ଚାଲିଛି । ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ୧୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.