Latest Odisha News

BREAKING NEWS

ବିଧାନସଭାରେ ପରୀ ହତ୍ୟାକାଣ୍ଡ ଝଡ଼, କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ହୁଲୁସ୍ତୁଲ

ଭୁବନେଶ୍ୱର: ବିଧାନସଭାରେ ପୁଣି ଉଠିଲା ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲା । ଗୃହ ଆଜି ହୁଲୁସ୍ତୁଲ ହୋଇଛି । ବିରୋଧୀ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ନାରାବାଜି କରିଛନ୍ତି । ପୋଡିୟମ ନିକଟରେ ବ୍ୟାନର ଦେଖାଇ ବିରୋଧୀ ପ୍ରତିବାଦ କରିଥିଲେ ।

ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ । ହୋହଲ୍ଲା ଲାଗି ରହିବାରୁ ଗୃହକୁ ୨୦ ମିନିଟ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ପୁଣି ଥରେ ହଙ୍ଗାମା ଆରମ୍ଭ ହୋଇଥିଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ନେଦେବା ଯାଏ ବିଧାନସଭା କାର୍ଯ୍ୟ ଚଳାଇ ଦେବୁ ନାହିଁ ।

ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ଅପରାହ୍ଣ ୩ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଗତକାଲି ପରୀ ହତ୍ୟା ମାମଲାରେ ଗୃହରେ ବିବୃତି ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି କହିଥିଲେ ।

Leave A Reply

Your email address will not be published.