Latest Odisha News

BREAKING NEWS

କଟକ IIFL ଲୁଟ ଲିଙ୍କ: ବାହା ହେବାକୁ ଯିବା ବେଳେ ବରକୁ ଉଠାଇ ଆଣିଲା ପୋଲିସ

କଟକ: କଟକ ନୟାସଡ଼କ IIFL ଲୁଟ ଘଟଣାରେ ଖୋଳତାଡ ଜାରି ରଖିଛି କମିଶନରେଟ ପୋଲିସ । ଜଣଙ୍କ ପରେ ଜଣେ ଅଭିଯୁକ୍ତ ପୋଲିସ ପଞ୍ଝାକୁ ଆସୁଛନ୍ତି । ମାଷ୍ଟରମାଇଣ୍ଡର ଲିଙ୍କ ଖୋଜି ଚାଲିଛି ପୋଲିସ । ଏବେ ଲୁଟ୍ ଲିଙ୍କରେ ଗତକାଲି ଫାଇନାନ୍ସ କମ୍ପାନୀର ଲେଡି ଲୁଟେରା ମ୍ୟାନେଜର ଗିରଫ ହୋଇଥିବା ବେଳେ ଏବେ ଲୁଟ୍ ଲିଙ୍କରେ ପୋଲିସ ସ୍କାନରକୁ ଆସିଛନ୍ତି ଜଣେ ବ୍ୟାଙ୍କ ମ୍ୟାନେଜର । ବାହା ହେବାକୁ ଯିବା ବେଳେ ତାଙ୍କୁ ଉଠାଇ ଆଣିଲା ପୋଲିସ ।

BjdElectrycity

ସଂପୃକ୍ତ ମ୍ୟାନେଜର କଟକରେ ଥିବା ଗୋଟିଏ ଗୋଲ୍ଡ ଲୋନ୍ (ସ୍ୱର୍ଣ୍ଣ ଋଣ) ପ୍ରଦାନକାରୀ ବ୍ୟାଙ୍କର ମ୍ୟାନେଜର ଅଛନ୍ତି । ତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ତାଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅଧାର ମ୍ୟାନେଜରଙ୍କ ବାହାଘର ଅଟକି ଯାଇଥିବା ସୂଚନା ମିଳିଛି ।

ଏହି ଲୁଟ୍ ପଛରେ ତାଙ୍କର କଣ ରହିଛି ଭୂମିକା ? ସେ ମୁଖ୍ୟ ଅଭିଯୁକ୍ତ ଲାଲା ଅମୃତ ରାୟ ଓ ଅନ୍ୟମାନଙ୍କୁ କେମିତି ଜାଣିଲେ ? ଲୁଟ ପଛର ଷଡ଼ଯନ୍ତ୍ର ବାବଦରେ ସେ ପୂର୍ବରୁ ଜାଣିଥିଲେ କି ନାହିଁ ? ତାଙ୍କ ବ୍ୟାଙ୍କରେ ଲୁଟ୍ ହୋଇଥିବା ସୁନା ରଖାଯାଇଛି କି ? ଯଦି ରଖାଯାଇଛି କେତେ ସୁନା ଅଛି ? ସଂପୃକ୍ତ ମ୍ୟାନେଜରଙ୍କୁ ପୋଲିସ ଏମିତି ଅନେକ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି ।

ଗତ ୧୯ ତାରିଖ ଦିନ କଟକ ନୟାସଡ଼କ IIFL ଶାଖାରୁ ଦୁର୍ବୃତ୍ତ ୨୦ କୋଟିରୁ ଅଧିକ ଟଙ୍କାର ସୁନାଗହଣା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ମାଷ୍ଟରମାଇଣ୍ଡ ସମେତ ୭ ଜଣଙ୍କୁ ବାନ୍ଧିଛି । ଅଧିକ ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.