Latest Odisha News

ୟେସ ବ୍ୟାଙ୍କରେ ଜଗନ୍ନାଥ ଟଙ୍କାକୁ ନେଇ ହଟ୍ଟଗୋଳ; ୧୨ଟା ୩୦ ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆଜିଠାରୁ ପୁଣି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ଗୃହରେ ୟେସ ବ୍ୟାଙ୍କ ତାତି ଦେଖିବାକୁ ମିଳିଛି । ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କାକୁ ନେଇ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଛନ୍ତି । ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ବିଧାୟକ ହଙ୍ଗାମା କରିଛନ୍ତି । ସେଥିପାଇଁ ବାଚସ୍ପତି ଗୃହକୁ ୧୨ଟା ୩୦ ଯାଏଁ ମୁଲତବି ଘୋଷଣା କରିଛନ୍ତି ।

ତେବେ ୟେସ ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗରେ ପୂର୍ବରୁ ବିଜେପି ଅଭିଯୋଗ କରିଆସିଛି । କେବଳ ସୁଧ ଲୋଭରେ ସରକାର ୟେସ ବ୍ୟାଙ୍କରେ ଟଙ୍କା ରଖିଛନ୍ତି ବୋଲି ବିଜେପି କହିଥିଲା । ଜଗନ୍ନାଥଙ୍କ ଟଙ୍କା କାହିଁକି ୟେସ ବ୍ୟାଙ୍କରେ ରଖାଯାଇଛି ବୋଲି କଂଗ୍ରେସ ମଧ୍ୟ ପୂର୍ବରୁ ପ୍ରଶ୍ନ କରିଥିଲା ।

ଆଜିର ଅଧିବେଶନରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଶୋକପ୍ରସ୍ତାବ ଆଣିଥିଲେ । ଘରୋଇ ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗରେ ବିରୋଧୀ ନେତା ମୁଲତବି ନୋଟିସ ଦେଇଥିଲେ । ରାଜ୍ୟରେ ସିଏଏ, ଏନଆରସି ଓ ଏନପିଆରକୁ ଲାଗୁ ନକରିବାକୁ କଂଗ୍ରେସ ନେତା ନରସିଂହ ମିଶ୍ର ବିଧାନସଭାରେ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ନୋଟିସ ଦେଇଛନ୍ତି । ବିଧାନସଭାରେ ସଂକଳ୍ପ ପାରିତ କରି କେନ୍ଦ୍ରକୁ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି ।

Leave A Reply

Your email address will not be published.