Latest Odisha News

ବିଧାନସଭା ନିର୍ବାଚନ ୨୦୧୯: ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ଓ ହରିୟାଣାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନର ଆଜି ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାଇ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଭୋଟ ଗଣତିର ଯଥେଷ୍ଟ ଆଗରେ ରହିଥିବା ବେଳେ ହରିଆଣାରେ କଂଗ୍ରେସକୁ ପଛରେ ପକାଇ ବିଜେପି ଆଗରେ ରହିଛି ।

ମହାରାଷ୍ଟ୍ରରେ ସମୁଦାୟ ୨୮୮ଟି ଆସନ ମଧ୍ୟରୁ ବିଜେପି ୧୧୦ଟି ଏବଂ ଶିବସେନା ୭୨ଟି ଆସନରେ ଆଗରେ ରହିଛନ୍ତି । କଂଗ୍ରେସ ଓ ଏନସିପି ଯଥାକ୍ରମେ ୩୮ ଓ ୪୯ଟି ଆସନରେ ଅଗ୍ରଣୀ ଲାଭ କରିଛନ୍ତି । ଅନ୍ୟାନ୍ୟ ୧୯ଟି ଆସନରେ ଆଗରେ ଅଛନ୍ତି । ସଦ୍ୟତମ ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ବିଜେପି-ଶିବସେନା ଯଥେଷ୍ଟ ଆଗରେ ରହିଥିବାରୁ ପୁନର୍ବାର କ୍ଷମତାସୀନ ହେବାର ସମ୍ଭାବନା ରହିଛି ।

ସେହିପରି ହରିୟାଣା ବିଧାନସଭାର ୯୦ଟି ଆସନ ଲାଗି ୨୧ ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିଲା । ତେବେ ଶାସକ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଏଠି ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ହୋଇଛି । ବିଜେପି ୪୩ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ୩୩ଟି ଆସନରେ ଅଗ୍ରଣୀ ଲାଭ କରି ବିଜେପି କଡ଼ା ଟକ୍କର୍ ଦେଇଛି । ଆଇଏନଏଲଡ଼ି ଖାତା ଖୋଲି ପାରିନଥିବା ବେଳେ ଜେଜେପି ୭ଟି ଆସନରେ ଅଗ୍ରଣୀ ହାସଲ କରିଛି । ଅନ୍ୟାନ୍ୟ ୯ଟି ଆସନରେ ଅଗ୍ରଣୀ ଲାଭ କରିଛନ୍ତି ।

ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା କହିଛନ୍ତି କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରି କ୍ଷମତାକୁ ଆସିବ । ତେବେ ବିଜେପି କଂଗ୍ରେସଠୁ ଆଗରେ ରହିଥିବା ଯୋଗୁଁ ଭୋଟଗଣତି ଶେଷସୁଦ୍ଧା ଏହା ବଳବତ୍ତର ରହିବ ବୋଲି ହରିୟାଣାର ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି ।

Leave A Reply

Your email address will not be published.