Latest Odisha News

BREAKING NEWS

ବିଜେପୁର ଉପନିର୍ବାଚନ ଫଳାଫଳ: ବହୁ ଆଗରେ ବିଜେଡି

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପ ନିର୍ବାଚନ ଲାଗି ଭୋଟଗଣତି ଜାରି ରହିଥିବାବେଳେ ୧୨ ରାଉଣ୍ଡ ସୁଦ୍ଧା ବିଜେଡି ଅନ୍ୟ ପ୍ରତିଦ୍ୱନ୍ଦୀ ଦଳଙ୍କଠାରୁ ଆଗୁଆ ରହିଛି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ଆଜି ଭୋଟ୍ ଗଣତିର ୧୨ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ଖାତାରେ ୮୨,୮୯୩ ଖଣ୍ଡ ଭୋଟ ପଡିଥିବାବେଳେ ବିଜେପିର ୨୩,୨୨୭ ଏବଂ କଂଗ୍ରେସ ୩୪୨୨ ଖଣ୍ଡ ଭୋଟ୍ ହାତେଇପାରିଛି ।

ଏହି ଭୋଟଗଣତି ୧୪ଟି ଟେବୁଲ ଏବଂ ଏହା ୨୧ଟି ରାଉଣ୍ଡରେ ଗଣତି ସମାପ୍ତ ହେବ ବୋଲି ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

ଏହି ଆସନ ନିକଟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଥିଲା ।

Leave A Reply

Your email address will not be published.