Latest Odisha News

BREAKING NEWS

୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା: ଜାଣନ୍ତୁ, କେଉଁ ରାଜ୍ୟରେ କେବେ ହେବ ମତଦାନ

ନୂଆଦିଲ୍ଲୀ:   ୫ ରାଜ୍ୟର ବିଧାନସଭା ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର ।   । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନିର୍ବାଚନ କମିଶନର ଆଜି ମଧ୍ୟାହ୍ନରେ ଏକ ପ୍ରେସ କନଫରେନ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

ମୁଖ୍ୟ ନିର୍ବାଚନା ଆୟୋଗ ରାଜୀବ କୁମାରଙ୍କ ସୂଚନା ଅନୁସାରେ, ୫ ରାଜ୍ୟର ୬୭୯ ଆସନରେ ନିର୍ବାଚନ ହେବ । ମିଜୋରାମରେ ନଭେମ୍ବର ୭ ତାରିଖରେ ନିର୍ବାଚନ ହେବ । ଛତିଶଗଡରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନଭେମ୍ବର ୭ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୭ ତାରିଖରେ କରାଯିବ ।

ସେହିପରି ରାଜସ୍ଥାନରେ ଗୋଟିଏ ପର୍ଯ୍ୟାୟାରେ ନିର୍ବାଚନ ହେବ ଏବଂ ତାହା ନଭେମ୍ବର ୨୩ ତାରିଖରେ ହେବ । ମଧ୍ୟ ପ୍ରଦେଶରେ ନଭେମ୍ବର ୭ ଏବଂ ତେଲେଙ୍ଗାନାରେ ନଭେମ୍ବର ୩୦ରେ ମତଦାନ କରାଯିବ ।

୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖ ଘୋଷଣା କରାଯିବ । କେବଳ ଛତିଶଗଡରେ ୨ଟି ପର୍ଯ୍ୟାୟରେ ମତଦାନ କରାଯିବ  । ଅନ୍ୟ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାଳୟରେ ନିର୍ବାଚନ ହେବ ।

ମୁଖ୍ୟ ନିର୍ବାଚନ ଆୟୋଗକଙ୍କ ସୂଚନା ଅନୁଯାୟୀ,  ୫ ରାଜ୍ୟରେ ମୋଟ  ୧୬.୧୪ କୋଟି ଲୋକ ନିଜର ମତଦାନ ସାବ୍ୟସ୍ତ କରିବେ । ଏହି ୫ଟି ରାଜ୍ୟରେ ମୋଟ ୮.୨ କୋଟି ପୁରୁଷ ଭୋଟର ଥିବାବେଳେ, ୭.୮ କୋଟି ମହିଳା ଭୋଟର ଅଛନ୍ତି । ତେବେ ଏଥର ନିର୍ବାଚନରେ ୬୦.୨ ଲକ୍ଷ ନୂଆ ଭୋଟର ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି  ନିର୍ବାଚନ ଆୟୋଗ ।

Leave A Reply

Your email address will not be published.