Latest Odisha News

ଫାଟିଗଲା ଫ୍ରିଜ୍ କମ୍ପ୍ରେସର୍, ମା’ ଆଗରେ ଚାଲିଗଲା ପରିବାରର ସମସ୍ତଙ୍କ ଜୀବନ

ଚଣ୍ଡୀଗଡ଼: ପଞ୍ଜାବର ଜଳନ୍ଧର ସହରରେ ଅଘଟଣ । ‘ଫ୍ରିଜ୍‌ କମ୍ପ୍ରେସର୍‌’ ଫାଟିବାରୁ ଘରେ ଲାଗିଗଲା ନିଆଁ । ଅଗ୍ନିକାଣ୍ଡରେ ୩ଜଣ ପିଲାଙ୍କ ସମେତ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ତେବେ ଅଗ୍ନିକାଣ୍ଡ ସମୟରେ ଜଣେ ବୃଦ୍ଧା ପଡୋଶୀ ଘରକୁ ଯାଇଥିବାରୁ ତାଙ୍କର ଜୀବନ ବଞ୍ଚିଯାଇଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମ କରିବା ସହ ଗୁରୁତର ବ୍ୟକ୍ତି ମାନଙ୍କୁ ହସ୍ପିଟାଲ ପଠାଇଥିଲା । ମାତ୍ର ହସ୍ପିଟାଲରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ଏପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସହରର ଅବତାର ନଗର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ‘ଫ୍ରିଜ୍‌’ ବିସ୍ଫୋରଣ ପରେ ଉକ୍ତ ଘରେ ନିଆଁ ଲାଗିଯାଇଥିଲା । ପ୍ରଥମେ ଗୁରୁତର ଥିବା ୫ଜଣଙ୍କୁ ଜଳନ୍ଧର ସିଭିଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ, ସେଠାରେ ସେମାନଙ୍କର ମୃତ୍ୟୁ ଘଟିଲା । ମୃତ ବ୍ୟକ୍ତିମାନେ ହେଉଛନ୍ତି ୭୦ ବର୍ଷିୟ ଯଶପାଲ୍‌ ଘାଇ, ୪୦ ବର୍ଷୀୟ ରୁଚି ଘାଇ, ୧୪ ବର୍ଷୀୟ ମନଷା, ୧୨ ବର୍ଷୀୟ ଦିୟା ଓ ୧୦ ବର୍ଷିୟ ଅକ୍ଷୟ । ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ଘଟଣାସ୍ଥଳରୁ ନମୁନା ସଂଗ୍ରହ ଲାଗି ‘ଫୋରେନ୍‌ସିକ୍‌ ଟିମ୍‌’କୁ ଡକାଯାଇଥିବା କଥା ପୁଲିସ କହିଛି।

 

Leave A Reply

Your email address will not be published.