Latest Odisha News

ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶ । ଏନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ତେବେ କେଉଁଠି ବିଧାନସଭା ବସିବ ସେନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । ବିଧାନସଭା କି ଲୋକସେବା ଭବନରେ ବସିବ, ସେନେଇ ନିଷ୍ପତ୍ତି ହେବ ବୋଲି ସୁଚନା ଦେଇଛନ୍ତି ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର ।

ସେ କହିଛନ୍ତି ଯେ, ‘ଅଧିବେଶନ କେମିତି ଚାଲିବ, ସେନେଇ ଲୋକସଭା ବାଚସ୍ପତିଙ୍କ ସହ କଥା ହୋଇଛି । କୋଭିଡ ନିୟମ ନେଇ କର୍ଣ୍ଣାଟକ ଓ ରାଜସ୍ଥାନ ବାଚସ୍ପତିଙ୍କ ସହ ଆଲୋଚନା ହୋଇଛି । ଅଧିବେଶନରେ ସରକାରଙ୍କ ସମସ୍ତ କୋଭିଡ ନିୟମ ମାନିବାକୁ ପଡିବ ।

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ବର୍ଷକୁ 60 ଦିନ ଏବଂ 3 ଥର ବିଧାନସଭା ବସିବାର ଆଇନ ଥିବା କାରଣରୁ ସେପ୍ଟେମ୍ବର 30 ସୁଦ୍ଧା ବିଧାନସଭା ଚାଲିବାକୁ ବାଧ୍ୟ । ଆଜି ଲୋକସେବା ଭବନରେ ଦୂରତା ରକ୍ଷା କରି ବସିବାର ଯେଉଁ ବ୍ୟବସ୍ଥା କରୁଛେ ଏହା ଦ୍ୱାରା ସାମ୍ବାଦିକମାନଙ୍କୁ ବାହାରେ ରହିବାକୁ ପଡୁଛି ଏବଂ ଆମ ଷ୍ଟାପମାନେ ବି ଭିତରେ ରହିପାରିବେନି । ତେଣୁ ବିଧାନସଭାରେ ହିଁ ବିଧାନସଭା ଚଲାଇବା ଠିକ ହେବ ।

କୋରନା ତ ଆମ ସାଙ୍ଗରେ ରହିବ ତେଣୁ କୋରନା ସହ ଲଢ଼ି ଆମକୁ ବାହାରକୁ ବାହାରିବାକୁ ପଡିବ । ସାମ୍ବାଦିକ ମାନଙ୍କୁ ବିଧାନସଭା ଚାଲୁଥିବା ସମୟରେ ଯଦି ଭିତରେ ରହିବାକୁ ଅନୁମତି ନ ମିଳିବ ତେବେ ବିଧାନସଭା ଚାଲିବାର କୌଣସି ମୂଲ୍ୟ ରହିବ ନାହିଁ । ବିଧାନସଭାର ବାର୍ତା ଲୋକମାନଙ୍କ ପାଖରେ ପହଁଚି ପାରିବ ନାହିଁ । ତେଣୁ ସରକାର ସାମ୍ବାଦିକ ମାନଙ୍କୁ ବିଧାନସଭା ଭିତରକୁ ଛାଡିବାକୁ ବ୍ୟବସ୍ଥା କରନ୍ତୁ ।

 

Leave A Reply

Your email address will not be published.