Latest Odisha News

ଜୀବନ ନେଉଛି ଗରବା, ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ

ଗୁଜୁରାଟ: ଆରମ୍ଭ ହୋଇଛି ମା’ଙ୍କ ପାର୍ବଣ । ସାରା ଦେଶରେ ଏବେ ଉତ୍ସବର ମାହୋଲ । ଆଉ ଏହାରି ଭିତରେ ବିଭିନ୍ନ ସ୍ଥାନରେ ଚାଲିଛି ଦାଣ୍ଡିଆ ନାଚ । ଲୋକମାନେ ନବରାତ୍ରୀ ପାଳନ କରିବା ସଙ୍ଗେ ସଙ୍ଗେ ଗରବା ଖେଳି ଆନନ୍ଦ ଉପବୋଗ କରୁଛନ୍ତି । କିନ୍ତୁ ଗରବା ନାଚିବା କିଛି ଲୋକଙ୍କୁ ମହଙ୍ଗା ପଡିଛି । ଗରବା ନାଚୁଥିବା ବେଳେ ହୃଦଘାତରେ ଗତ ୨୪ ଘଣ୍ଟାରେ ୧୦ଜଣ ପ୍ରାଣ ହରେଇଲେଣି । ଏପରି ଏକ ଦୁଃଖଦ ଖବର ଆସିଛି ଗୁଜୁରାଟରୁ ।

ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟରେ ନବରାତ୍ରୀ ଉତ୍ସବ ସମୟରେ ଗରବା କରୁଥିବାବେଳେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ହୃଦଘାତ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ କିଶୋରମାନଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୧୩ ବର୍ଷର ବାଳକ ମଧ୍ୟ ରହିଛି ।

ନିକଟରେ ରାଜ୍ୟରେ ଏପରି ଅନେକ ମାମଲା ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ, ନବରାତ୍ରୀ ପ୍ରଥମ ଛଅ ଦିନରେ, ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ହୃଦ୍‌ରୋଗ ପାଇଁ ୫୨୧ କଲ୍ ଏବଂ ନିଶ୍ୱାସ ପ୍ରଶ୍ୱାସ ପାଇଁ ଅତିରିକ୍ତ ୬୦୯ କଲ୍ ପାଇଥିଲା । ଏହି କଲ୍ ଗୁଡିକ ସନ୍ଧ୍ୟା ୬ ରୁ ରାତି ୨ ଟା ମଧ୍ୟରେ ଆସିଛି । ରାଜ୍ୟ ସରକାର ଗରବା ସ୍ଥଳ ନିକଟରେ ଥିବା ସମସ୍ତ ସରକାରୀ ଡାକ୍ତରଖାନା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) କୁ ସତର୍କ ସୂଚନା ଜାରି କରି ସେମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.