Latest Odisha News

BREAKING NEWS

ପୁନେରେ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ପୁନେ: ପୁଣି ଦୁର୍ଘଟଣାଗ୍ରସ୍ଥ ହେଲା ଟ୍ରେନିଂ ଏୟାରକ୍ରାଫ୍ଟ । ମହାରାଷ୍ଟ୍ରର ପୁନେ ଜିଲ୍ଲାରେ ପୁଣି ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାରେ ୨ଜଣ ଆହତ ହୋଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି । ଏନେଇ ପୁନେ ଗ୍ରାମୀଣ ପୋଲିସ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ରର ପୁନେ ଜିଲ୍ଲା ସ୍ଥିତ ଗୋଜୁବାଓ୍ବି ଗାଁ ନିକଟରେ ବିମାନ ପ୍ରଶିକ୍ଷଣ ଚାଲିଥିବା ବେଳେ ଅଘଟଣ ଘଟିଛି । ପ୍ରଶିକ୍ଷଣ ସମୟରେ ଏକ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଛି । କ୍ରାସ୍ ସମୟରେ ବିମାନ ମଧ୍ୟରେ କେତେ ଜଣ ଥିଲେ ସେ ନେଇ ସ୍ପଷ୍ଟ ହୋଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ୨ଜଣ ଆହତ ହୋଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି । ଏୟାର କ୍ରାସର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ମଧ୍ୟ ରେଡବର୍ଡ ଫ୍ଲାଇଟ୍ ଟ୍ରେନିଂ ଏକାଡେମୀର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ପାଇଲଟ୍ ଏବଂ ସହ-ପାଇଲଟ୍ ଆହତ ହୋଇଥିଲେ । ପୁନେ ସ୍ଥିତ ବାରାମତି ଏମଆଇଡିସି କ୍ଷେତ୍ର ଅନ୍ତର୍ଗତ କଟଫଲ ଗାଁ ନିକଟରେ ବିମାନ ପ୍ରଶିକ୍ଷଣ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

 

 

Leave A Reply

Your email address will not be published.