Latest Odisha News

BREAKING NEWS

ପାର୍ଲାମେଣ୍ଟରେ ପଶିଲା କରୋନା, ୪୦୦ କର୍ମଚାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଦିଲ୍ଲୀରେ ବ୍ରେକ୍ ଫେଲ୍ ସଂକ୍ରମଣ । ପାର୍ଲାମେଣ୍ଟରେ ପଶିଲା କରୋନା । ସଂସଦ ଭବନରେ କାର୍ୟ୍ୟରତ ୪୦୦ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରେ କିଛି ସୁରକ୍ଷାକର୍ମୀ ଅଛନ୍ତି । ଗତ ୬ ଓ ୭ ତାରିଖରେ ସଂସଦ ଭବନରେ କାର୍ୟ୍ୟରତ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ଏଥିରୁ ୪୦୦ ପଜିଟିଭ୍ ବାହାରିଛନ୍ତି ।

ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୦ହଜାର ୧୮୧ କରୋନା ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ୧୬ ପ୍ରତିଶତ ବଢ଼ିଛି । ଦେଶରେ ରାଜଧାନୀରେ ପଜିଟିଭ୍ ହାର ୧୯.୬ ପ୍ରତିଶତ ରହିଛି । ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗିଛି । ଅଡ୍-ଇଭିନରେ ଖୋଲୁଛି ଦୋକାନ ବଜାର ।

Leave A Reply

Your email address will not be published.