Latest Odisha News

BREAKING NEWS

ଶିଶୁ କବିତା : ଦେଖିଦେଖି ଶିଖ

ବନ୍ଦିତା ଦାଶ

ପିମ୍ପୁଡିକୁ ଦେଖ ପିଲେ
ପିମ୍ପୁଡିକୁ ଦେଖ
ଠିକବେଳେ ଠିକ୍ କାମ
ତାହାଠାରୁ ଶିଖ।।

ନିଜ କାମ ନିଜେ କର
ନିରିଭର କରନା
ସମୟକୁ କେବେ ହେଲେ
ଅପଚୟ କରନା।

ମିଛକଥା କୁହନାହିଁ
କରନାହିଁ ବାହାନା
ମିଳିମିଶି ରୁହ ତୁମେ
ରାଗ ରୁଷା କରନା ।।

ସମାଜରୁ ନେଇଥାଅ
ଯାହା ପାଖୁ ସେବାରେ
କୃତଜ୍ଞ ରହିବ ତୁମେ
କାଳେକାଳେ ତାହାରେ ।।

ନିୟମକୁ, ଶୃଙ୍ଖଳାକୁ
ମାନିନିଏ ଯିଏରେ
ନେତୃତ୍ବ ନେବାର ଶକ୍ତି
ପାଇଥାଏ ସିଏରେ ।।

ପିମ୍ପୁଡିଟି କେତେ ସାନ
ଦେଖାଯାଏ ଆମକୁ
କେତେ ଶୃଙ୍ଖଳିତ ସିଏ
ଦେଖ ତା’ର କାମକୁ ।।

ଶିଖ ପିଲେ ତାହାଠାରୁ
ତା’ ଜୀବନ କାହାଣୀ
ସମୟ ତାଳରେ ଚାଲ
ଶିଖି ତା’ର ଚଳଣି ।।

ଏ ଧରାରେ କେତେ ଜୀବ
କେତେ ତାଙ୍କ କଥାରେ
ଦେଖୁଥାଅ, ଶିଖୁଥାଅ
ନିତି ଦିନ ତାହାରେ ।।

କାଂଶବାହାଲ, ସୁନ୍ଦରଗଡ

Leave A Reply

Your email address will not be published.