Latest Odisha News

BREAKING NEWS

ବାଜପେୟୀଙ୍କ ଜୟନ୍ତୀ ଅବସରରେ ‘ଅଟଳ ଭୂଜଳ ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂଗର୍ଭ ଜଳର ଉତ୍ତମ ପରିଚାଳନା ଲାଗି ‘ଅଟଳ ଭୂଜଳ’ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଭୂତପୂର୍ବ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ରାଜନୀତିଜ୍ଞ ଅଟଳ ବିହାରୀ ବାଜପେୟୀଙ୍କ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜନ୍ମ ଜୟନ୍ତୀରେ ପ୍ରାଧାନମନ୍ତ୍ରୀ ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଏହି ଯୋଜନା ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧି ହେବା ସହ ଅନ୍ୟ ବିଭିନ୍ନ ସ୍ତରରେ ନଷ୍ଟ ହେଉଥିବା ଜଳ ରୋକିବାକୁ ବୈଷୟିକ କୌଶଳ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ମଙ୍ଗଳବାର ଦିନ କେନ୍ଦ୍ର କ୍ୟାବିନେଟ୍ ଅଟଳ ଭୂଜଳ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି।

ଏହି ଯୋଜନା ଦ୍ୱାରା ୬ ରାଜ୍ୟର ୮,୩୫୦ ଗାଁକୁ ଲାଭ ମିଳିବ। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ, ହରିୟାଣା, ମହାରାଷ୍ଟ୍ର ଓ ରାଜସ୍ଥାନ ଆଦି ରାଜ୍ୟ ଏହି ଯୋଜନା ଦ୍ୱାରା ଉପକୃତ ହେବେ ।

ଏହି ଯୋଜନା ଆଧାରରେ କେନ୍ଦ୍ର ସରକାର ୬୦୦୦ କୋଟି ଟଙ୍କା ଆବଣ୍ଟନ କରିବେ । ତେବେ କୃଷକଙ୍କର ଆୟ ଦୁଇଗୁଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ ।

ପ୍ରଧାନମନ୍ତ୍ରୀ ମୋଦୀ କମ୍‌ ଜଳ ଆବଶ୍ୟକ କରୁଥିବା ଫସଲ ଚାଷ କରିବାକୁ କୃଷକମାନଙ୍କୁ ନିବେଦନ କରିବା ସହ ଦୈନିକ ଘରକାମ ପାଇଁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଜଳ ନଷ୍ଟ ନ କରିବାକୁ ଲୋକମାନଙ୍କୁ ଜୋର୍‌ ଦେଇ କହିଛନ୍ତି।

ବିଭିନ୍ନ କାର୍ଯ୍ୟ ନିମନ୍ତେ ସବୁଠୁ କମ୍‌ ଜଳ ବ୍ୟବହାର ପାଇଁ ଆବଶ୍ୟକ ବୈଷୟିକ କୌଶଳ ଅବଲମ୍ବନ କରିବାକୁ ମୋଦୀ କମ୍ପାନିଗୁଡ଼ିକୁ କହିଛନ୍ତି।

Leave A Reply

Your email address will not be published.