Latest Odisha News

BREAKING NEWS

ସମସ୍ତ ସ୍କୁଲ ଓ କଲେଜରେ ୨୦୨୦ ଶିକ୍ଷାବର୍ଷ ଲାଗି ରାଜ୍ୟ ସରକାରଙ୍କ ଛୁଟି ତାଲିକା ଘୋଷଣା

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ନିମନ୍ତେ ୨୦୨୦ ଶିକ୍ଷାବର୍ଷ ଲାଗି ଛୁଟି ତାଲିକା ସରକାର ଘୋଷଣା କରିଛନ୍ତି ।

ରାଜ୍ୟ ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷିତ ହୋଇଥିବା ଏହି ତାଲିକାରେ ଆସନ୍ତା ବର୍ଷ ସମୁଦାୟ ୮୨ଟି ଛୁଟି ରହିବ ବୋଲି ଜଣାପଡ଼ିଛି ।

ଏହି ସରକାରୀ ବିଜ୍ଞପ୍ତିରେ ଘୋଷିତ ଛୁଟି ତାଲିକା:

• ଜୁନ ୬ରୁ ଜୁନ ୧୮ ମଧ୍ୟରେ ବାର୍ଷିକ ଖରାଛୁଟି ରହିବ
• ଏହି ୮୨ଟି ଛୁଟିଦିନ ବ୍ୟତୀତ ୮ଟି ଦିବସର ପୂଜା-ଉତ୍ସବରେ ସ୍କୁଲ ଖୋଲା ରହିବ: ସରସ୍ୱତୀ ପୂଜା, ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗୁରୁ ଦିବସ, ଗଣେଶ ପୂଜା, ଗାନ୍ଧୀ ଜୟନ୍ତୀ ଏବଂ ଶିଶୁ ଦିବସରେ ଛାତ୍ର-ଛାତୀମାନଙ୍କ ସହିତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିବେ
• ଅକ୍ଟୋବର ୨୨ରୁ ୩୧ ପର୍ଯ୍ୟନ୍ତ ଦଶହରା ଛୁଟି
• ଡ଼ିସେମ୍ବର ୨୫ରୁ ୩୧ ପର୍ଯ୍ୟନ୍ତ କ୍ରିସମାସ ଛୁଟି
• ୧୫ଟି ବାକି ଛୁଟିଦିନ ମଧ୍ୟରେ ୨ଟି ସ୍ଥାନୀୟ ଛୁଟି ଦିନ ରହିଛି । ଏହି ସ୍ଥାନୀୟ ଛୁଟିଦିବସ ଲାଗି ସ୍କୁଲ କର୍ତ୍ତୃପକ୍ଷ ଜାନୁଆରୀ ୨୦ ସୁଦ୍ଧା ବ୍ଲକ ଶିକ୍ଷାଧିକାରୀଙ୍କୁ ଏହି ପ୍ରସ୍ତାବ ସମ୍ପର୍କରେ ଅବଗତ କରିବା ବାଞ୍ଝନୀୟ

ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସରକାରୀ ଓ ବେସରକାରୀ +୩ କଲେଜ ଗୁଡ଼ିକ ଲାଗି ମଧ୍ୟ ଛୁଟି ତାଲିକା ଘୋଷଣା କରାଯାଇଛି ।

• ୨୦୨୦ ଶିକ୍ଷାବର୍ଷ ଲାଗି ସମୁଦାୟ ୭୨ଟି ଛୁଟି ଦିବସ ରହିଛି
• ମେ ୧୧ରୁ ଜୁନ ୬ ପର୍ଯ୍ୟନ୍ତ ଗ୍ରୀଷ୍ମବକାଶ ଛୁଟି ରହିବ
• ସେହିପରି ଅକ୍ଟୋବର ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା ଛୁଟି
• ଦୁଇଟି ସ୍ଥାନୀୟ ଛୁଟି ଦିବସ ରହିବ । କଲେଜ କର୍ତ୍ତୃପକ୍ଷ ଏଥିଲାଗି ଉଚ୍ଚ ଶିକ୍ଷା ବିଭାଗର ରିଜିଓନାଲ୍ ଡାଇରେକ୍ଟରଙ୍କ ସହିତ ପୂର୍ବରୁ ଯୋଗାଯୋଗ କରିବେ
ତେବେ ଡ଼ିସେମ୍ବର ଶେଷ ସପ୍ତାହରେ କୌଣସି ଛୁଟି ଦିବସ ରହିନାହିଁ ।

Leave A Reply

Your email address will not be published.