Latest Odisha News

BREAKING NEWS

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ତାଙ୍କ ଅଭୁଲା ସ୍ମୃତିକୁ ଆଜି ମନେ ପକାଉଛି ସାରା ଦେଶ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସମେତ ବହୁ ନେତା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ସ୍ଥାନ ‘ସଦୈବ ଅଟଳ’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଏହି ସମାଧିସ୍ଥଳରେ ଉପସ୍ଥିତ ଥିଲେ। ୨୦୧୮ ମସିହା ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଥିଲା। ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଅଟଳ ବିହାରୀ ବାଜପେୟୀ ସୁପରିଚିତ। ତାଙ୍କ ସ୍ମୃତି ସ୍ଥାନ ‘ସଦୈବ ଅଟଳ’ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଦେଶର ମାନ୍ୟଗଣ୍ୟ ବ୍ୟକ୍ତି।

ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟର ଲେଖିଛନ୍ତି ଯେ ଭାରତୀୟ ରାଜନୀତିର ସବୁଠାରୁ ସମ୍ମାନିତ ଅଜାତଶତ୍ରୁ ଅଟଳ ଜୀ ଆଦର୍ଶ ଏବଂ ନୀତି ଆଧାରରେ ରାଜନୀତିର ସର୍ବୋଚ୍ଚ ମାନ ପ୍ରତିଷ୍ଠା କରିଛନ୍ତି। ରାଷ୍ଟ୍ରର ସେବା କରିବାକୁ ତାଙ୍କର ଦୃଢ ଇଚ୍ଛାଶକ୍ତି ସହିତ ଗୋଟିଏ ପଟେ ସେ ଉତ୍ତମ ଶାସନର ମୂଳଦୁଆ ପକାଇଲେ ଏବଂ ଅନ୍ୟପଟେ ସେ ପୋଖରାନରୁ ସମଗ୍ର ବିଶ୍ୱରେ ଭାରତର ସାମର୍ଥ୍ୟକୁ ପରିଚିତ କରାଇଲେ। ତାଙ୍କ ମୃତ୍ୟୁ ବାର୍ଷିକୀରେ ଏପରି ମହାନ ବ୍ୟକ୍ତିଙ୍କୁ କୋଟି କୋଟି ନମସ୍କାର, ଯିଏ ନିଜ ସାଂଗଠନିକ ଦକ୍ଷତା ସହିତ ଶୂନ୍ୟରୁ ଶିଖରକୁ ନେବାରେ ଅମୂଲ୍ୟ ଅବଦାନ ରଖିଥିଲେ।

Leave A Reply

Your email address will not be published.