Latest Odisha News

BREAKING NEWS

ସଫଳତାର ପାହାଚ ଚଢୁଛି ଇସ୍ରୋ: ଆଜି ପଞ୍ଚମ କକ୍ଷ ପରିବର୍ତ୍ତନ କରିବ ଚନ୍ଦ୍ରଯାନ-୩

ବେଙ୍ଗାଲୁରୁ: ଆଗାମୀ ସପ୍ତାହ ଭାରତୀୟ ବିଜ୍ଞାନ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ବାସ୍ତବରେ ଭାରତର ବହୁ ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାକୁ ଯାଉଛି । କୁହାଯାଉଛି ଯେ ଚନ୍ଦ୍ରଯାନ ଅଗଷ୍ଟ ୨୧ରୁ ୨୩ ମଧ୍ୟରେ ଚନ୍ଦ୍ର ଭୂମିରେ ଲ୍ୟାଣ୍ଡିଂ କରିବ ଓ ଏହାର ନାମ ଇତିହାସର ସୂର୍ଣ୍ଣାକ୍ଷରରେ ଲିପିବଦ୍ଧ କରିବ । ଭାରତ ପାଇଁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମିଶନ ।

ଆଜି ହେବ ପଞ୍ଚମ ଲୁନାର ମାନୋଭର ବା କକ୍ଷ ପରିବର୍ତ୍ତନ । କାଲି ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ । ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସୂଚନା ମିଳିଛି । ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭରେ ବେଗ ପ୍ରତି ସେକେଣ୍ଡରେ ପାଖାପାଖି ୧.୬୮ କିଲୋମିଟର ରହିବ । ଲ୍ୟାଣ୍ଡିଂରେ ସବୁଠୁ ଚ୍ୟାଲେଞ୍ଜିଂ ହେଉଛି ଲ୍ୟାଣ୍ଡର ବେଗକୁ ୩୦ କିଲୋମିଟର ଉଚ୍ଚତାରୁ ଅନ୍ତିମ ଅବତରଣ ଯାଏ ଆଣିବା । ଏଯାଏ ମୁନ୍ ମିଶନରେ ସବୁ କିଛି ଠିକଠାକ୍ ଚାଲିଛି । ଆଗାମୀ ଅଭିଯାନ ଠିକ୍ ରହିଲେ ୨୩ ତାରିଖରେ ଇତିହାସ ରଚିବ ଇସ୍ରୋ । ଚନ୍ଦ୍ରପୃଷ୍ଠରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ଭାରତ ହେବ ଚତୁର୍ଥ ଦେଶ । ଗତ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ ବିଫଳ ହେବା ପରେ ଇସ୍ରୋରେ ଖେଳିଯାଇଥିଲା ନୈରାଶ୍ୟ ।

 

 

Leave A Reply

Your email address will not be published.