Latest Odisha News

BREAKING NEWS

ଘଣ୍ଟାଏ ମଧ୍ୟରେ ମନ୍ଦିର ଖୋଲ, ନଚେତ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ: ଉପଜିଲ୍ଲାପାଳ

ଆଠଗଡ: ଘଣ୍ଟାଏ ଭିତରେ ଧବଳେଶ୍ଵର ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେଲେ ଆଠଗଡ ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ତରାଇ । ଘଣ୍ଟାଏ ଭିତରେ ମନ୍ଦିର ଦ୍ଵାର ନ ଖୋଲାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ନିର୍ଦ୍ଦେଶ ଦେବା ସହ ମନ୍ଦିରରେ ନୋଟିସ୍ ଲଗାଇଛନ୍ତି ଉପଜିଲ୍ଲାପାଳ ।

ସୂଚନା ଅନୁସାରେ, ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ମନ୍ଦିର ଭିତରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ପୂଜକ ଅସନ୍ତୁଷ୍ଟ ଥିବାରୁ ଉଭୟ ପୂଜକ ଓ ପ୍ରଶାସନ ମଧ୍ୟରେ କଥା କଟାକଟି ହୋଇଥିଲେ । ଫଳରେ ମନ୍ଦିରରେ ତାଲା ପକାଇ ଧାରଣାରେ ବସିଥିଲେ ପୂଜକ । ସେପଟେ ଦର୍ଶନ ପାଇଁ ସକାଳ ୧୦ଟାରୁ ଲମ୍ବା ଲାଇନରେ ଛିଡା ହୋଇ ହନ୍ତସନ୍ତ ହୋଇଛନ୍ତି ଶହ ଶହ ଭକ୍ତ ।

ଅନେକ ବୁଝାସୁଝା ପରେ ମଧ୍ୟ ସେବାୟତ ନିଜ ଜିଦିରେ ରହି ଧାରଣାରେ ବସିଥିଲେ । ଶେଷରେ ପରିସ୍ଥିତି ଦେଖି ଘଣ୍ଟାଏ ଭିତରେ ଧବଳେଶ୍ଵର ମନ୍ଦିର ଦ୍ଵାର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ତରାଇ ।

 

Leave A Reply

Your email address will not be published.