Latest Odisha News

BREAKING NEWS

ରାଜଧାନୀରେ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୫ ଗିରଫ

ଭୁବନେଶ୍ୱର: ଝାରପଡା ଅଂଚଳରେ ଆଜି ଭୋରରୁ ଏଟିଏମ୍ ଲୁଟ୍ ଉଦ୍ୟମ ବେଳେ ପୋଲିସ ହାତରେ ଧରାପଡିଛନ୍ତି ୫ ଲୁଟେରା ।

ଏ ନେଇ ପୋଲିସ ଡିପିସି ଉମାଶଙ୍କର ଦାଶଙ୍କ ସୂଚନା ଅନୁଯାୟୀ, ଭୋର ସାଢେ ୪ଟାରୁ ୫ଟା ଭିତରେ କଟକ ରୋଡ ଝାରପଡାରେ ଥିବା ଏକ ଇଣ୍ଡିଆନ ବ୍ୟାଙ୍କର ଏଟିଏମକୁ ତାଡି ଟଙ୍କା ଲୁଟ୍ ଉଦ୍ୟମ କରିଥିଲେ ଲୁଟେରା । ସେମାନେ ଲୁହା ରଡ ଓ ସ୍କୃ ଡ୍ରାଇଭର ସାହାଯ୍ୟରେ ଏହି ଉଦ୍ୟମ ଚଳାଇଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଆୟତକୁ ନେଇଥିଲା । ସେମାନଙ୍କର ଅପରାଧିକ ରେକର୍ଡ ଯାଞ୍ଚ କରାଯାଉଥିବା ଡିସିପି କହିଛନ୍ତି ।

Leave A Reply

Your email address will not be published.