Latest Odisha News

BREAKING NEWS

ପୁରୀ ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ସମ୍ବିତ ପାତ୍ର

ପୁରୀ: ହାଜତ ମୁତ୍ୟୁ ଘଟଣାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ପୁରୀର ପୂର୍ବତନ ଏସପି ଅଖିଳେଶ୍ୱର ସିଂଓ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମୃତ କେ ରମେଶଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ଗତ ୧୮ ତାରିଖରେ ଏକ ଡକାୟତି ଘଟଣା ଅଭିଯୋଗରେ ରମେଶଙ୍କୁ ବାସେଳୀ ସାହି ଥାନା ପୋଲିସ ଉଠାଇ ନେଇଥିଲା । ପରବର୍ତ୍ତୀ ସମୟରେ ହାଜତରେ ତାଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କୁ ପୋଲିସ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.