Latest Odisha News

ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ ଘଟଣା: ସପନା ସମେତ ୩ଜଣଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଭାରତୀୟ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ କରାଯାଇଥିବା ଘଟଣାରେ ଆଜି ସ୍ଥାନୀୟ କୋର୍ଟ ମୁଖ୍ୟ ଅଭିଯୁକ୍ତ ସପନା ଗିଲ ଓ ଅନ୍ୟ ୩ଜଣଙ୍କୁ ଜାମିନ ପ୍ରଦାନ କରିଛି । ସୂଚନାଯୋଗ୍ୟ, ବୁଧବାର ଏକ ହୋଟେଲ ସମ୍ମୁଖରେ ପୃଥ୍ୱୀ ଏବଂ ସପନାଙ୍କ ମଧ୍ୟରେ ସେଲଫି ନେବା ନେଇ ଯୁକ୍ତିତର୍କ ହୋଇଥିଲା । ଏହା ପରେ ସପନା ଏବଂ ତାଙ୍କ ଅନ୍ୟ ସାଥୀ ପୃଥ୍ୱୀଙ୍କ କାର ଉପରେ ଆକ୍ରମଣ କରିଥିଲେ । କ୍ରିକେଟରଙ୍କ ଅଭିଯୋଗ କ୍ରମେ ସପନା ଏବଂ ତାଙ୍କ ସାଥୀମାନଙ୍କୁ ପୋଲିସ ଗିରଫ କରିଥିଲା । ସପନା ସୋସିଆଲ ମିଡିଆରେ ବେଶ ସକ୍ରିୟ ଥାନ୍ତି ।

ତାଙ୍କ ଓକିଲଙ୍କ ମତରେ ପୋଲିସ ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ତଦନ୍ତ କଲେ ସତ୍ୟ ସମ୍ମୁଖକୁ ଆସିବ । ହୋଟେଲ ଭିତରେ ପୃଥ୍ୱୀ ତାଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ ବୋଲି ସପନା କହିଥିଲେ । ତେବେ ଯେଉଁ ଭଳି ଢ଼ଙ୍ଗରେ ପୃଥ୍ୱୀଙ୍କ ଗାଡି ଉପରେ ଆକ୍ରମଣ କରାଯାଇଥିଲା ସେ ନେଇ ସମସ୍ତେ ସପନା ଏବଂ ସାଥୀମାନଙ୍କୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.