Latest Odisha News

BREAKING NEWS

ଜେଲରେ ଗୋପାଳକୁ ୨୪ ଘଣ୍ଟିଆ ସୁରକ୍ଷା ଦେବାକୁ ହାଇକୋର୍ଟରେ ଆବେଦନ

କଟକ: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ସୁରକ୍ଷା ଦେବାକୁ ଆବେଦନ । ଗୋପାଳ ଦାସକୁ ଚୌଦ୍ୱାର ଜେଲରେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବା ଲାଗି ହାଇକୋର୍ଟ ଆବେଦନ ହୋଇଛି ।

ଆବେଦନରେ ଓକିଲ ବଲାଙ୍ଗିର ଜେଲରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ଦର୍ଶାଇଛନ୍ତି । ଗୋବିନ୍ଦ ସାହୁ ମାମଲାକୁ ଦେଖି ଗୋପାଳକୁ ଚୌଦ୍ୱାର ଜେଲରେ ସୁରକ୍ଷା ଯୋଗାଇବାକୁ ନିବେଦନ କରିଛନ୍ତି ।

ଗୋବିନ୍ଦଙ୍କ ଭଳି ଗୋପାଳଙ୍କ ଏବସ୍ଥା ଯେଭଳି ନ ହେବ ସେଥିଲାଗି ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ଉକ୍ତ ସେଲରେ କରିବା ଲାଗି ନିବେଦନ କରିଛନ୍ତି । ନିରପେକ୍ଷ ତଦନ୍ତ ଲାଗି ଗୋପାଳଙ୍କ ସହ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଆବେଦନ କରାଯାଇଛି ।

ଗତବର୍ଷ ଡିସେମ୍ବରରେ କୋର୍ଟରେ ହାଜର ହେବାର ଠିକ୍ ପୂର୍ବରୁ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍ ଭିତରେ ଆତ୍ମହତ୍ୟା କରିଥିଲା । ଏବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ଏଏସ୍ଆଇ ଗୋପାଳ ଦାସ ଗିରଫ ହୋଇ ଜେଲରେ ଅଛି ।

Leave A Reply

Your email address will not be published.