Latest Odisha News

BREAKING NEWS

ଆପ୍ କର୍ମୀଙ୍କ ଉପରକୁ ଗୁଳିମାଡ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ନୂଆଦିଲ୍ଲୀ: ଉତ୍ସବ ମୁଖର ଦିଲ୍ଲୀ ରଣକ୍ଷେତ୍ର ପାଲଟିଛି । ମହରୋଲି ବିଧାୟକ ନରେଶ ଯାଦବଙ୍କ ଉପରକୁ ଶିବିରରେ ବିଳମ୍ବିତ ରାତିରେ ଆକ୍ରମଣ ହୋଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍‌)କୁ ବଡ ସଫଳତା ମିଳିଛି । ଏହା ମଧ୍ୟରେ ଆପ୍ ବିଧାୟକ ନରେଶ ଯାଦବଙ୍କ ଶିବିରକୁ ଗୁଳିମାଡ ଘଟଣାରେ ଜଣେ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଛି । ଆପ୍ ସାଂସଦ ସଂଜୟ ସିଂହ ଏହି ମାମଲାରେ ଟ୍ୱିଟ୍ କରି ଜଣାଇଛନ୍ତି ।

ମିଳିଥିବା ଖବର ଅନୁସାରେ, ଗତକାଲି ରାତିରେ ମହରୋଲିରୁ ନିର୍ବାଚନ ଜିତି ବିଧାୟକ ହୋଇଥିବା ଆପ୍ ନେତା ନରେଶ ଯାଦବଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏହି ଘଟଣାରେ ଅଶୋକ ମାନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ମାମଲାରେ ଦିଲ୍ଲୀ ପୁଲିସ ଅଭିଯୁକ୍ତକୁ କାବୁ କରିଛି ।

ଜଣେ ଆକ୍ରମଣକାରୀ ଅଶୋକ ମାନଙ୍କ ଉପରକୁ ଟାର୍ଗେଟ କରି ଗୁଳି ଚଳାଇଥିଲା । ପାଖାପାଖି ୮ରୁ ଅଧିକ ରାଉଣ୍ଡ ଗୁଳି ଫୁଟିଥିଲା । ସେଥିରୁ ୫ଟି ଗୁଳି ମୃତ ଅଶୋକ ମାନଙ୍କୁ ବାଜିଥିବାବେଳେ ୨ଟି ଗୁଳି ଆହତ ହରେନ୍ଦ୍ରଙ୍କୁ ବାଜିଛି । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.