Latest Odisha News

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ବିଶାଲ୍ ଏଲପିଜିକୁ ମିଳିଲା ନଦୀଡ଼ିହ ଲୁହାପଥର, ମାଙ୍ଗାନିଜ୍ ଖଣି

ନୂଆଦିଲ୍ଲୀ: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ନଦୀଡ଼ିହ ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ମଙ୍ଗଳବାର ଦିନ ନିଲାମ ପ୍ରକ୍ରିୟାରେ ବିଶାଲ୍ ଏଲପିଜି ହାସଲ କରିପାରିଛି ।

ଓଡ଼ିଶା ସରକାରଙ୍କୁ ୧୪୨.୩୫ ଆଭେରେଜ୍ ବିକ୍ରିମୂଲ୍ୟ ପ୍ରଦାନ କରିବାର ନିଷ୍ପତ୍ତି ନେଇ ଏହି କମ୍ପାନୀ ନଦୀଡ଼ିହ ଖଣି ଅକ୍ତିଆର କରିଛି ।

ସୁନ୍ଦରଗଡ଼ ଜିଲ୍ଲାର ଏହି ଖଣିଟିରେ ଆନୁମାନିକ ୧୫.୦୬ ମେଟ୍ରିକ୍ ଟନ୍ ଲୁହାପଥର ଏବଂ ୦.୦୫୯ ମେଟ୍ରିକ୍ ଟନ୍ ମାଙ୍ଗାନିଜ୍ ଖଣିଜ ପଥର ଗଚ୍ଛିତ ରହିଛି । ଏହା ପୂର୍ବରୁ ଫ୍ରିଗ୍ରେଡ୍ ଏଣ୍ଡ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ୍ ଅଧିନରେ ଲିଜ୍ ରହିଥିଲା ।

ବିଶାଲ୍ ଏଲପିଜି ବ୍ୟତୀତ ଅନ୍ୟ ଯେଉଁ ୮ଟି କମ୍ପାନୀ ଗୁଡ଼ିକ ବିଡ଼ିଂ ପ୍ରକ୍ରିୟାରେ ଥିଲେ ସେହି କମ୍ପାନୀଗୁଡ଼ିକ ହେଲେ ଯଥାକ୍ରମେ – ଜେଏସପିଏଲ, ଟିପି ସାଓ ଏଣ୍ଡ ସନ୍ସ ପ୍ରା ଲିଃ, ଲାଲ୍ ଟ୍ରେଡ଼ର୍ସ ଏଣ୍ଡ ଏଜେନ୍ସିଜ ପ୍ରା ଏବଂ ଆର୍ସେଲର ମିତ୍ତଲ୍ ଏଣ୍ଡ ୟାଜଦାନୀ ଇଣ୍ଟରନ୍ୟାସନାଲ୍ (ପ୍ରା) ଲିମିଟେଡ୍ କମ୍ପାନୀ ।

ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶାର ସମୁଦାୟ ୧୯ଟି ଖଣି ମଧ୍ୟରୁ ଏହା ଦ୍ୱାଦଶ ଅକସନ ।

ମୟୂରଭଞ୍ଜର ଗୋରୁମହିଷାଣୀ ଲୁହାପଥର ଖଣି ହସ୍ତଗତ କରିଛି ପୂର୍ବରୁ ଲିଜ୍ ରଖିଥିବା ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ । ଏହି ଲୁହାପଥର ଖଣିକୁ ୧୧୫ ପ୍ରତିଶତ ପ୍ରିମିୟମରେ ହସ୍ତଗତ କରିଥିଲା ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ।

ଋବିବାର ଦିନ ଗୋଆର ଫୋର୍ମେଣ୍ଟୋ ଇଣ୍ଡଷ୍ଟ୍ରିଆଲ୍ ପ୍ରା ଲିଃ ନଦୀଡ଼ିହ ଲୁହାପଥର ଓ ମାଙ୍ଗାନିଜ୍ ଖଣି ନିଲାମରେ ହସ୍ତଗତ କରିଥିଲା । ଏହି ଖଣିକୁ ଫର୍ମେଣ୍ଟୋ ୧୪୧.୨୫ ପ୍ରତିଶତ ବିକ୍ରିମୂଲ୍ୟ ଓଡ଼ିଶା ସରକାରଙ୍କୁ ଦେବାର ନିଷ୍ପତ୍ତି ଗ୍ରହଣ କରିଥିଲା ।

ଏଠାରେ ସୂଚନାଯୋଗ୍ୟ, ଶନିବାର ଦିନ ନିଲାମ ହୋଇଥିବା ମହୁଲସୁଖା ଲୁହାପଥର ଓ ମାଙ୍ଗାନିଜ୍ ଖଣିକୁ ପଟ୍ଟନାୟକ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ଼ ହସ୍ତଗତ କରିଥିଲା । ଏହି ଖଣିକୁ ୯୨.୭୦ ପ୍ରତିଶତ ପ୍ରିମିୟମରେ ଏହି କମ୍ପାନୀ କରାୟତ କରିପାରିଛି ।

ସେହିପରି ଭାବେ ଶୁକ୍ରବାର ଦିନ କୋଲକାତାର ଖଟୁଆ ନର୍ଭେରାମ ଏଣ୍ଡ କମ୍ପାନୀ ରଇଡ଼ା ୨ ଲୁହାପଥର ଖଣି ହାସଲ କରିପାରିଛି । ଏହାକୁ ୯୦.୯୦ ପ୍ରତିଶତ ବିକ୍ରିମୂଲ୍ୟରେ ହାସଲ କରିପାରିଛି ।

କେନ୍ଦୁଝର ଜିଲ୍ଲାରେ ଥିବା ଝିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣିକୁ ଶ୍ୟାମ ଓର୍ ୧୩୫ ପ୍ରତିଶତ ବିକ୍ରିମୂଲ୍ୟ ଓଡ଼ିଶା ସରକାରଙ୍କୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରି ହାସଲ କରିପାରିଛି ।

ବଳଦା ଲୁହାପଥର ଖଣିକୁ ଫେବୃଆରୀ ୪ ତାରିଖ ଦିନ ସେରାଜୁଦ୍ଦିନ୍ ଏଣ୍ଡ କମ୍ପାନୀ ନେଇଥିବା ବେଳେ ଫେବୃଆରୀ ୩ ତାରିଖ ଦିନ ଠାକୁରାଣୀ ଲୁହାପଥର ଖଣିକୁ ଆର୍ସେଲର୍ ମିତ୍ତଲ୍ ଇଣ୍ଡିଆ ପ୍ରାଇଭେଟ୍ କମ୍ପାନୀ ଅକ୍ତିଆର କରିପାରିଛି ।

Leave A Reply

Your email address will not be published.