Latest Odisha News

BREAKING NEWS

ଏସସିବି ସଂପ୍ରସାରଣ ମାମଲା: ତୃତୀୟ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକ ଏସସିବି ମେଡିକାଲ କଲେଜ ସଂପ୍ରସାରଣ ପାଇଁ ତୃତୀୟ ପର୍ଯ୍ୟାୟରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କଟକ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମଙ୍କ ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଛି । ହିନ୍ଦ୍ ସିନେମା ହଲ ପଛ ପଟ, ତାଳଦଣ୍ଡା କେନାଲର ଉଭୟ ପାଶ୍ୱର୍ରେ ଉଚ୍ଛେଦ ଚାଲିଛି । ପ୍ରଶାସନ ପକ୍ଷରୁ ମନ୍ଦିର, କ୍ଲବ ଘର ଭଙ୍ଗାଯାଉଛି ।

କଟକ ସଦର ଉପ-ଜିଲ୍ଲାପାଳ, ଏଡିଏମ୍‌, ସିଏମସି ଡେପୁଟି କମିଶନରଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଉଛି । କୌଣସି ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ପୁଲିସର ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି ।

ସିଏମସି ଅଧ୍ୟକ୍ଷା ଅନନ୍ୟା ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “୫୪୫ଟି ଘର, ୮୮ଟି ଦୋକାନ, ୧୭ ଧାର୍ମିକ ସ୍ଥଳୀ ଓ ସରକାରୀ ଜମିରେ ନିର୍ମିତ କ୍ଲବ ହାଉସକୁ ଉଚ୍ଛେଦ କରାଯିବ ।”

ରାଜସ୍ୟ ବିଭାଗ କମିଶନର ଅନିଲ କୁମାର ସାମଲ କହିଛନ୍ତି, “ରାଜ୍ୟ ସରକାର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ଏମ୍ସ ପ୍ଲସ ହସ୍ପିଟାଲରେ ପରିଣତ କରିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଏବଂ ହସ୍ପିଟାଲ ପରିସରରେ ଥିବା ବିସ୍ଥାପିତ ଓ ବ୍ୟବସାୟୀଙ୍କ ପାଇଁ ବିଶେଷ ପ୍ୟାକେଜର ଘୋଷଣା କରିଛନ୍ତି ।

୫ଟି ବସ୍ତି ଓ ୩୫୦ଟି ସରକାରୀ ବାସଭବନକୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯିବ । ପାଖାପାଖି ୨୫ହଜାର ଲୋକ ବିସ୍ଥାପିତ ହେବେ । ଏହି ମାସରେ ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇଯିବ । ଯେବେକି ମେଡିକାଲ କଲେଜର ସଂପ୍ରସାରଣ କାର୍ଯ୍ୟ ୧ ମାର୍ଚ୍ଚରୁ ଆରମ୍ଭ ହେବ ।”

Leave A Reply

Your email address will not be published.