Latest Odisha News

BREAKING NEWS

ଗଣିତ ପରୀକ୍ଷା ଦେବାକୁ ଚାଲିଲେ ୬ କିଲୋମିଟର…

ମୟୂରଭଞ୍ଜ : ଛାତ୍ରଛାତ୍ରୀଙ୍କୁ ୬ କିଲୋମିଟର ଚଲାଇଲେ ପ୍ରଧାନଶିକ୍ଷୟିତ୍ରୀ  । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା  । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ମୂତାବକ ଭାଲିଆଡିହା ପଞ୍ଚାୟତ କେଜିବିଭି ସ୍କୁଲ ଓ ଆଦିବାସୀ ହରିଜନ ସ୍କୁଲର ମୋଟ ୯୦ ଜଣ ଛାତ୍ରୀ ଗଣିତ ପରୀକ୍ଷା ଦେବାକୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ଏମାନଙ୍କୁ ବାରମାଇଲ ଉପେନ୍ଦ୍ର ନାଥ ଘୋଷ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରକୁ ଚଲାଇ ଚଲାଇ ନେଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଜେନା ।

ଯାହାକୁ ନେଇ  ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଗାଡିରେ ନେବାକୁ କୌଣସି ଅନୁଦାନ ନଥିବାରୁ ପିଲାଙ୍କୁ ଚଲାଇ ଚଲାଇ ନେଉଥିବା କହିଛନ୍ତି  ବିଷ୍ଣୁପ୍ରିୟା  । ତେବେ ଘଟଣା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ଲାଗି ଅଭିଭାବକମାନେ ବିଇଓଙ୍କୁ ଦାବି କରିଛନ୍ତି । ସରକାର ଶିକ୍ଷାର ମାନ ଉନ୍ନତି କରିବା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି  । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ହେଲେ ଏହି ବିକଳ ଚିତ୍ର ବୟାନ କରୁଛି ଶିକ୍ଷାର ମାନଦଣ୍ଡ କେତେ ଉନ୍ନତ  ।

Leave A Reply

Your email address will not be published.