Latest Odisha News

BREAKING NEWS

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରେ ଅଲଆଉଟ

ଲଣ୍ଡନ: ଓଭାଲରେ ଚାଲିଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରି ଅଲଆଉଟ ହୋଇଯାଇଛି । ଷ୍ଟିଭ ସ୍ମିଥ ଓ ଟ୍ରାଭିସ ହେଡଙ୍କ ଆକର୍ଷଣୀୟ ଶତକ ଯୋଗୁ ଅଷ୍ଟ୍ରେଲିଆ ବଡ ସ୍କୋର କରିବାରେ ସଫଳ ହୋଇଛି । ସ୍ମିଥ ୧୨୧ ଓ ହେଡ ୧୬୩ ରନର ଇନିଂସ ଖେଳିଥିଲେ । ସ୍ମିଥଙ୍କ କ୍ୟାରିୟରର ଏହା ୩୧ତମ ଶତକ ଥିଲା । ଅନ୍ୟମାନଙ୍କ ମଧ୍ୟରେ କେବଳ ଡେଭିଡ ୱାର୍ଣ୍ଣର ୪୩ ଓ ଆଲେକ୍ସ କ୍ୟାରୀ ୪୮ ରନ କରିଥିଲେ । ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ମହମ୍ମଦ ସିରାଜ ୪ଟି ୱିକେଟ ଅକ୍ତିଆର କରିଥିଲେ ।

ମହମ୍ମଦ ସାମି ୨ଟି, ଶାର୍ଦ୍ଦୁଳ ଠାକୁର ୨ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ପ୍ରଥମ ଦିବସ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ୩ୱିକେଟ ବିନିମୟରେ ୩୨୭ ରନ ସଂଗ୍ରହ କରି ନେଇଥିଲା । ଦ୍ୱିତୀୟ ଦିବସରେ ଭାରତୀୟ ବୋଲରଙ୍କ ପ୍ରଭାବୀ ବୋଲିଂ ଯୋଗୁ ବାକି ୭ଟି ୱିକେଟ ୧୪୨ ରନରେ ହରାଇଥିଲା ।

Leave A Reply

Your email address will not be published.