Latest Odisha News

ଦରମା ସ୍ତର ୧୦କୁ ବୃଦ୍ଧି ଦାବିରେ ସଚିବାଳୟ ସେବା ସଂଘର ପ୍ରତିବାଦ

ଭୁବନେଶ୍ୱର: ପ୍ରଶାସନର ବେପରୁଆ ମନଭାବ ତଥା ଅହେତୁକ ବିଳମ୍ବକତାକୁ ଆଜି ସଚିବାଳୟ ସେବା ସଂଘ ବିରୋଧ କରିଛି । ସଂଘର ଏକମାତ୍ର ଦାବି, ସଚିବାଳୟ କ୍ୟାଡରର ମୂଳ ଦରମା ତଥା ଏଏସଓ ମାନଙ୍କର ଦରମା ସ୍ତର ୧୦କୁ ବୃଦ୍ଧିକୁ ନେଇ ଆଜି ୫୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ଗୃହ ବିଭାଗ ଘେରାଉ କରିଥିଲେ ।

ଗୃହ ସଚିବ ଓ ମୁଖ୍ୟ ସଚିବଙ୍କ ସ୍ତରରେ ବହୁବାର ଆଲୋଚନା ହୋଇଥିଲେ ମଧ୍ୟ ବେପରୁଆ ମନଭାବ ଦେଖାଇ ତଳ ଅଫିସର ମାନେ ବହୁବାର ହଇରାଣ କରୁଛନ୍ତି । ନଥିଟିକୁ ୩ ମାସ ଟେବୁଲ ତଳେ ରଖି ଦେଇ ଲୁଚିବାର ଦେଖା ଯାଇଛି । ଏହାକୁ ସଚିବାଳୟ ସଦସ୍ୟ ଘୋର ବିରୋଧ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆସନ୍ତା ଦିନରେ କାର୍ଯ୍ୟବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ଏହାକୁ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଦର୍ଶାଇ ଆସନ୍ତା ଦିନରେ ସଂଘ ଦୃଢତାର ସହ ପ୍ରତିବାଦ କରିବାର ପ୍ରତିଶ୍ରୁତି ସଦସ୍ୟଙ୍କୁ ଦେଇଛନ୍ତି । ସଚିବାଳୟ ସେବା ସଂଘ ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ।

Leave A Reply

Your email address will not be published.