Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଦୁର୍ଘଟଣା, ଆସନ୍ତା ୩ ଦିନରେ ୨୮ ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାର ୬ ଦିନ ପରେ ବି ଉକ୍ତ ରୁଟରେ ଟ୍ରେନ୍ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ପାରିନି । ଆସନ୍ତାକାଲି ଠାରୁ ୧୧ ତାରିଖ ଯାଏ ୩ ଦିନରେ ଦକ୍ଷିଣ ପୂର୍ବ ରେଳପଥ ୨୮ଟି ଟ୍ରେନ୍ ବାତିଲ୍ କରିଛି ।

Odisha Train Crash 28 Trains Cancelled On 3 Days From Tomorrow

୯ ତାରିଖରେ ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରସ୍ ବାତିଲ୍ ହୋଇଥିବା ବେଲେ ୧୦ ତାରିଖରେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍ ବାତିଲ୍ ହୋଇଛି । ୯ ତାରିଖରେ ଉଭୟ ପଟୁ ବାଲେଶ୍ୱର-ଭୁବନେଶ୍ୱର ପାସେଞ୍ଜର, ବାଲେଶ୍ୱର-ଭଦ୍ରକ ମେମୁ ଉଭୟ ପଟୁ ଓ ୧୦ ତାରିଖରେ ବାଲେଶ୍ୱର-ଭୁବନେଶ୍ୱର ପାସେଞ୍ଜର ଟ୍ରେନକୁ ବାତିଲ୍ କରାଯାଇଛି ।

୯ ଓ ୧୦ତାରିଖରେ ସେଲଦାହ-ପୁରୀ ଦୁରନ୍ତ ବାତିଲ୍ ହୋଇଥିବା ବେଳେ ଭୁବନେଶ୍ୱର-ହାୱଡ଼ା, ୯ ତାରିଖରେ ହାୱଡ଼ା-ପୁରୀ ଉଭୟ ପଟୁ, ୯ ତାରିଖରେ ଉଭୟ ପଟୁ ଜଳେଶ୍ୱର-ପୁରୀ ପାସେଞ୍ଜର, ୯ ତାରିଖରେ ଉଭୟ ପଟୁ ଖଡ଼ଗପୁର-ଖୋର୍ଦ୍ଧା ରୋଡ୍ ପାସେଞ୍ଜର ଆଦି ଟ୍ରେନକୁ ବାତିଲ୍ କରାଯାଇଛି ।

Leave A Reply

Your email address will not be published.