Latest Odisha News

BREAKING NEWS

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ପାଇଁ ଗୁରୁବାର ପ୍ୟାଟ କୁମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି । ଭାରତ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ଅନେକଗୁଡିଏ ଖେଳାଳି ଆହତ ହୋଇଥିବାରୁ ଟିମ ମ୍ୟାନେଜମେଂଟ ଚିନ୍ତାରେ ପଡିଛନ୍ତି । ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ମାର୍ଶ ଓ ଝାୟ ରିଚାର୍ଡସନ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ବିଶ୍ୱକପ ପାଇଁ ଆଉ ୭ ମାସ ବାକିଥିବାରୁ ଭାରତ ବିପକ୍ଷ ସିରିଜ ଆମ ପ୍ରସ୍ତୁତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଚୟନକମିଟି ମୂଖ୍ୟ ଜର୍ଜ ବେଲୀ କହିଛନ୍ତି । ମାର୍ଚ୍ଚ ୧୭ରେ ପ୍ରଥମ ଦିନିକିଆ ମୁମ୍ବାଇରେ ଖେଳାଯିବ । ଏହା ପରେ ୧୯ ଓ ୨୨ରେ ଭାଇଜାଗ ଏବଂ ଚେନ୍ନାଇରେ ବାକି ୨ଟି ମ୍ୟାଚ ଖେଳାଯିବ ।

ଅଷ୍ଟ୍ରେଲିଆ ଟିମ: ପ୍ୟାଟ କୁମିନ୍ସ (ଅଧିନାୟକ), ସୀନ ଆବଟ୍ଟ, ଆଶଟନ ଅଗର, ଆଲେକ୍ସ କ୍ୟାରୀ, କ୍ୟାମେରୁନ ଗ୍ରୀନ, ଟ୍ରେଭିସ ହେଡ, ଜୋଶ ଇଙ୍ଗଲିସ, ମାର୍ନସ ଲାବୁଶେନ, ଗ୍ଲେନ ମ୍ୟାକ୍ସୱେଲ, ଝାୟ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଶେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିକ୍ସ, ଡେଭିଡ ୱାର୍ଣ୍ଣର ଓ ଆଡାମ ଜାମ୍ପା ।

Leave A Reply

Your email address will not be published.