ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆ ସେହି ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଛି। ନୂଆ ତଥ୍ୟ ଅନୁଯାୟୀ, ପ୍ରାୟ ଏକ ଲକ୍ଷ ଭାରତୀୟ ଛାତ୍ର-ଛାତ୍ରୀ ବର୍ତ୍ତମାନ ଅଷ୍ଟ୍ରେଲିଆରେ ପଢ଼ୁଛନ୍ତି ଏବଂ ଏହାର ମୁଖ୍ୟ କାରଣ ହେଉଛି ସେଠାର ସହଜ ଭିସା ପ୍ରକ୍ରିୟା, ଉଚ୍ଚ ଗୁଣବତ୍ତା ଶିକ୍ଷା ଏବଂ ପାଠପଢ଼ାରେ ମିଳୁଥିବା ଚାକିରି ସୁଯୋଗ।
ଗତ କିଛି ବର୍ଷ ମଧ୍ୟରେ ଆମେରିକା, ବ୍ରିଟେନ୍ ଏବଂ କାନାଡା ଭଳି ଦେଶଗୁଡ଼ିକରେ ବିଦେଶୀ ଛାତ୍ର-ଛାତ୍ରୀଙ୍କ ପାଇଁ ପରିବେଶ ପୂର୍ବ ଭଳି ରହିନାହିଁ। ଭିସା ନିୟମ କଡ଼ାକଡ଼ି ହୋଇଛି, ଚାକିରି ପାଇବାରେ ଅଡ଼ୁଆ ବଢ଼ିଛି ଏବଂ ସେଠାର ରହଣି ମଧ୍ୟ ମହଙ୍ଗା ହୋଇଯାଇଛି। ଏହି ପରିସ୍ଥିତିରେ ଭାରତୀୟ ଛାତ୍ର-ଛାତ୍ରୀମାନେ ଏବେ ଅଷ୍ଟ୍ରେଲିଆ ଅଭିମୁଖେ ଯାଉଛନ୍ତି । କାରଣ ଏଠାରେ କେବଳ ପାଠପଢ଼ା ସହଜ ନୁହେଁ ବରଂ ଡିଗ୍ରୀ ପରେ ସେଠାରେ ରହି ଚାକିରି କରିବାର ଅନୁମତି ମଧ୍ୟ ମିଳୁଛି।
ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟଗୁଡ଼ିକ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛନ୍ତି ଏବଂ ଏଠାର ଶିକ୍ଷା ବ୍ୟବସ୍ଥା ବ୍ୟବହାରିକ ଜ୍ଞାନ ଉପରେ ଆଧାରିତ। ଏହା ଛାତ୍ରମାନଙ୍କୁ ବିଶ୍ୱସ୍ତରୀୟ କ୍ୟାରିଅର୍ ଗଢ଼ିବାରେ ସାହାଯ୍ୟ କରେ।
ପୋଷ୍ଟ-ହାୟର ଏଜୁକେସନ୍ ଓ୍ୱାର୍କ ଭିସା କ’ଣ?
ଅଷ୍ଟ୍ରେଲିଆରେ ପାଠପଢ଼ା ସାରିଥିବା ଛାତ୍ର-ଛାତ୍ରୀମାନଙ୍କୁ ଏକ ବିଶେଷ ସୁବିଧା ଦିଆଯାଏ – ପୋଷ୍ଟ-ହାୟର ଏଜୁକେସନ୍ ଓ୍ୱାର୍କ ଭିସା, ଯାହାକୁ ପୂର୍ବରୁ ପୋଷ୍ଟ-ଷ୍ଟଡି ଓ୍ୱାର୍କ ଭିସା (PSWV) କୁହାଯାଉଥିଲା। ଏହି ଭିସା ସାହାଯ୍ୟରେ ଛାତ୍ର-ଛାତ୍ରୀମାନେ ଡିଗ୍ରୀ ସାରିବା ପରେ ଅଷ୍ଟ୍ରେଲିଆରେ ରହି ଚାକିରି କରିପାରନ୍ତି। ଏହି ଭିସାର ଅବଧି ଛାତ୍ର-ଛାତ୍ରୀଙ୍କ ଡିଗ୍ରୀ ଉପରେ ନିର୍ଭର କରେ। ବ୍ୟାଚଲର୍ସ ଓ ମାଷ୍ଟର୍ସ ଡିଗ୍ରୀଧାରୀ ଛାତ୍ରମାନଙ୍କୁ ସାଧାରଣତଃ ୨ ବର୍ଷ ରହିବାର ଅନୁମତି ମିଳେ। ପିଏଚ୍ଡି କରିଥିବା ଛାତ୍ର-ଛାତ୍ରୀମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଓ୍ୱାର୍କ ଭିସା ଦିଆଯାଏ।
ଓ୍ୱାର୍କ ଭିସା ପାଇଁ ଆବଶ୍ୟକ ସର୍ତ୍ତଗୁଡ଼ିକ
ଅଷ୍ଟ୍ରେଲିଆରେ ପାଠପଢ଼ା ପରେ ଓ୍ୱାର୍କ ଭିସା ପାଇବାକୁ କିଛି ସର୍ତ୍ତ ପୂରଣ କରିବାକୁ ହେବ:
• ଛାତ୍ର କୌଣସି ଅଷ୍ଟ୍ରେଲିଆନ୍ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ସମ୍ପୂର୍ଣ୍ଣ କରିଥିବେ।
• ସେ ଅଷ୍ଟ୍ରେଲିଆନ୍ ଷ୍ଟଡି ରିକ୍ୱାୟରମେଣ୍ଟ (ASR)ର ସବୁ ସର୍ତ୍ତ ପୂରଣ କରିଥିବେ।
• କୋର୍ସ ସରିବାର ଛଅ ମାସ ଭିତରେ ଭିସା ପାଇଁ ଆବେଦନ କରାଯାଇଥିବ।
• ଆବେଦନ ସମୟରେ ଛାତ୍ର-ଛାତ୍ରାଙ୍କ ବୟସ ୩୫ ବର୍ଷରୁ କମ୍ ହେବ।
• ତାଙ୍କ ପାଖରେ IELTS, TOEFL କି ପିଟିଇ ଭଳି ପରୀକ୍ଷାର ସ୍କୋର ଥିବା ଆବଶ୍ୟକ।
BREAKING NEWS
- ଗଣେଶ ପୂଜାରେ ଅଘଟଣା: ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହେଲା ସବୁ ସାଜସଜ୍ଜା
- I Am Sorry.. ମୁଁ ଜାଣିନଥିଲି ସେ ଜଣେ ମହିଳା ବାଇକର: ଭୁଲ ମାଗିଲା ମୁଖ୍ୟ ଅଭିଯୁକ୍ତ, ଭାଇରାଲ ହେଉଛି ଭିଡିଓ
- ଝଲସୁଛି ପଶ୍ଚିମ ଓଡ଼ିଶା: ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
- ସଞ୍ଜୁ ସାମସନଙ୍କ ପାଇଁ ଶେଷ ସୁଯୋଗ ? ବେଞ୍ଚରେ ବସିଛନ୍ତି ବୈଭବ
- ହିନ୍ଦୀ କୌଣସି ଭାଷାର ପ୍ରତିଦ୍ୱନ୍ଦୀ ନୁହେଁ: ଦୁନିଆର ସବୁ ଭାଷା ଶିଖ, ହେଲେ ନିଜ ମାତୃଭାଷାକୁ ଭୁଲ ନାହିଁ
- FATF ବୈଠକ ପୂର୍ବରୁ ପାକିସ୍ତାନର ନୂଆ ନାଟକ: ମସୁଦ ଅଜହର ଦେଶରୁ ଫେରାର
- Uranium ore:ମିଳିଲା ୧୧୦ ମିଲିୟନ ଟନ୍ ୟୁରାନିୟମ୍;ପରମାଣୁ ଶକ୍ତି ଉପରେ ଫୋକାସ୍
- ଏସୀୟ କ୍ରୀଡ଼ା,ଏଫ୍ଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶାର ୩ ଜିମ୍ନାଷ୍ଟ
- ଫେରିଯିବ ମୌସୁମୀ: ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଅପସାରଣ ପାଇଁ ପାଗ ଅନୁକୂଳ ସମ୍ଭାବନା
- ଆଫଗାନିସ୍ତାନ ଟି୨୦ ସିରିଜରୁ ବାଦ୍ ପଡ଼ିଲେ ବରୁଣ ଚକ୍ରବର୍ତ୍ତୀ

Comments are closed.