Latest Odisha News

BREAKING NEWS

ପ୍ରେମିକ ଉପରେ ରାଗିଯାଇ ୮୦ ଫୁଟ୍ ଟାଓ୍ବାରରେ ଚଢିଲା ପ୍ରେମିକା, ପଛେ ପଛେ ପ୍ରେମିକ ବି

ରାୟପୁର : ଗରେଲା ପେଣ୍ଡ୍ରା ମାରଓ୍ବା ଜିଲ୍ଲାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଝିଅ ନିଜ ବୟଫ୍ରେଣ୍ଡ ଉପରେ ରାଗି ଯାଇ ପାଓ୍ବାର ଲାଇନର ୮୦ ଫୁଟ ଉଚ୍ଚ ଟାଓ୍ବାର ଉପରେ ଚଢି ଯାଇଛି । ଏହି ଘଟଣାର ଭିଡିଓ ବତ୍ତର୍ମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରେମିକ ଜଣକ ମଧ୍ୟ ନିଜ ପ୍ରେମିକାକୁ ଅନୁସରଣ କରି ଟାଓ୍ବାର ଉପରକୁ ଚଢିଯାଇଥିଲା ।

BjdElectrycity

ପରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହି ପ୍ରେମୀ ଯୁଗଳଙ୍କୁ ଟାଓ୍ବାର ଉପରେ ଚଢିଥିବାର ଦେଖି ତୁରନ୍ତ ପେଣ୍ଡ୍ରା ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ଏହି ଘଟଣା ସମ୍ପର୍କରେ ଉଭୟ ପରିବାର ଲୋକଙ୍କୁ ବି ଅବଗତ କରାଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ବହୁ ସଂଖ୍ୟାରେ ଗ୍ରାମବାସୀ ଟାଓ୍ବାର ପାଖରେ ଘେରି ରହିଥିଲେ ।

ଶେଷରେ ପୋଲିସ ଏହି ପ୍ରେମୀ ଯୁଗଳଙ୍କୁ ବହୁ ବୁଝାସୁଝା କରିଥିଲା । ଟାଓ୍ବାର ଉପରେ ବିପଦ ଥିବା କହି ତଳକୁ ଓହ୍ଲାଇଯିବାକୁ ଅନୁରୋଧ କରିଥିଲା । ଘଣ୍ଟା ଘଣ୍ଟାର ସଂଘର୍ଷ ପରେ ପୋଲିସ ଉଭୟଙ୍କୁ ମନାଇବାରେ ସଫଳ ହୋଇଥିଲା । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହି ଘଟଣାକୁ ନିଜ ମୋବାଇଲ ରେ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣକ ଟାଓ୍ବାର ଉପରକୁ ଚଢିବାର କିଛି ଘଣ୍ଟା ପୂର୍ବରୁ ନିଜ ପ୍ରେମିକ ସହ ଯୁକ୍ତିତର୍କ କରିଥିବା ଜଣାପଡିଛି । ଫଳରେ ନାବାଳିକା ଜଣକ ମାନସିକ ଚାପରେ ଆସି ୮୦ ଫୁଟ ଟାଓ୍ବାର ଉପରକୁ ଚଢିଯାଇଥିଲା । ପେର ପ୍ରେମିକ ଜଣକ ତାଙ୍କୁ ବହୁ ବୁଝାଇବା ପରେ ବି ନାବାଳିକା ଜଣକ ନ ଶୁଣିବାରୁ ପ୍ରେମିକ ଜଣକ ବି ଟାଓ୍ବାର ଉପରକୁ ଚଢିବାକୁ ସ୍ଥିର କରିଥିଲା ।

Leave A Reply

Your email address will not be published.