Latest Odisha News

BREAKING NEWS

ବାଥରୁମ୍ ଝରକା ପଟେ ପଶିଲା ଅଚିହ୍ନା ଜୀବ, ଲୋକେ ଭୟଭୀତ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । କିନ୍ତୁ କିଛି ଭିଡିଓ ଏପରି ଦେଖିବାକୁ ମିଳେ ଯେ, ଲୋକେ ଦେଖି ଭୟଭୀତ ହୋଇପଡ଼ନ୍ତି । ଏହିପରି ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏପରି ଏକ ଜୀବ ଘରର ବାଥରୁମରେ ପଶିଯାଇଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟେ ଝିଅ ବାଥରୁମରେ ଥିଲେ । ଏହି ସମୟରେ ଏକ ଅଜବ ଜୀବ ହଠାତ୍ ବାଥରୁମ୍ ଝରକା ପଟେ ପଶିଆସିଲା । ଯାହାକୁ ଦେଖି ଯୁବତୀ ଜଣବ ବାଥରୁମ୍ ଭିତରେ ରହିପାରିଲେ ନା ବାହାରକୁ ଆସି ପାରିଛନ୍ତି । ଭିତରେ ରହି ଯୋରରେ ଚିତ୍କାର କରିବାକୁ ଲାଗୁଛନ୍ତି । ଏହା କି ଜୀବ କେହି କହିପାରୁ ନାହାନ୍ତି । ଜୀବଟି ବାଥରୁମ ଝରକା ପଟେ ଆସି ଝୁଲି ରହିଥିଲା । ପରେ ସେଠାରେ ଥିବା ଶାମ୍ପୁ ଓ କଣ୍ଡିସନର ବୋତଲକୁ ତାର ଲମ୍ବା ଜିଭରେ ଚାଟୁଛି ।

ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରିଛନ୍ତି । ଅନେକ ଲୋକ ଏହା ଉପରେ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି ଏହି ଭିଡ଼ିଓଟି ଅଷ୍ଟ୍ରେଲିଆର ହୋଇଥିବ । କାରଣ ଅଷ୍ଟ୍ରେଲିଆରେ ଏପରି ଜୀବ ସାଧାରଣତଃ ଦେଖିବାକୁ ମିଳେ । ଆଉ କିଛି ଏହା ନକଲି ବୋଲି ମତ ରଖିଛନ୍ତି ।

Leave A Reply

Your email address will not be published.