Latest Odisha News

ତୃତୀୟ କ୍ରିକେଟ ଟେଷ୍ଟ: ଅଷ୍ଟ୍ରେଲିଆ ସମ୍ମୁଖରେ ୭୬ ରନର ବିଜୟ ଲକ୍ଷ୍ୟ

ଇନ୍ଦୋର: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ୭୬ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଭାରତ ଦ୍ୱିତୀୟ ଇନିଂସରେ ୧୬୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତର ଇନିଂସ ସମାପ୍ତ ହେବା ପରେ ଅମ୍ପାୟର ଷ୍ଟମ୍ପସ ଅପସାରଣ କରିଥିଲେ । ଚେତେଶ୍ୱର ପୂଜାରାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ଚେତେଶ୍ୱର ୫୯ ରନ କରି ଆଉଟ ହୋଇଥିଲେ । ଏହା ତାଙ୍କ କ୍ୟାରିୟରର ୩୫ତମ ଅର୍ଦ୍ଧଶତକ ଥିଲା । ଶ୍ରେୟାଶ ଆୟାର ୨୬, ରୋହିତ ଶର୍ମା ୧୨ ଓ ବିରାଟ କୋହଲି ୧୩ ରନର ଇନିଂସ ଖେଳିଥିଲେ । ମାଥ୍ୟୁ କୁହେନମ୍ୟାନ ୫ଟି ଓ ନାଥାନ ଲିୟନ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଭାରତ ପ୍ରଥମ ଇନିଂସରେ ୧୦୯ ରନରେ ଅଲଆଉଟ ହୋଇ ଯାଇଥିଲା । ଜବାବରେ ଅଷ୍ଟ୍ରେଲିଆ ୧୯୭ ରନ କରି ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଶୁକ୍ରବାର ଭାରତୀୟ ସ୍ପିନର ଏହି ସ୍ପିନ ଭୂସ୍ୱର୍ଗରେ କଙ୍ଗାରୁଙ୍କୁ ଧୂଳି ଚଟାଉଛନ୍ତି କି ନାହିଁ ତାହା ଦେଖିବା କଥା । ୪ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହିଛି ।

Leave A Reply

Your email address will not be published.