Latest Odisha News

BREAKING NEWS

ବରଙ୍କ ଧମାକାଦାର ନାଚ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଳୀ: ବିବାହ ଋତୁ ଆସିବା ମାତ୍ରେ ବର-କନ୍ୟାଙ୍କର ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ୍‌ ହୋଇଥାଏ । ଭିଡିଓରେ କେତେବେଳେ ବରର ସାଙ୍ଗମାନଙ୍କ ମଜାଳିଆ ଆକ୍ଟିଙ୍ଗର ଭିଡିଓ ତ କେତେବେଳେ କନ୍ୟାର ଧମାକାଦାର ଡ୍ୟାନ୍ସ ଦେଖିବାକୁ ମିଳିଥାଏ  ।ଏପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯାହା ଲୋକଙ୍କ ହୃଦୟ ଜିତୁଛି ।

ନିକଟରେ ବାହାଘରରେ ଜଣେ ବର ନାଚୁଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ସେ କନ୍ୟାଙ୍କୁ ଦେଖିବା ମାତ୍ରେ ଏକ ଗୀତ ନାଚୁଥିବାର ଦେଖିବାକୁ ମିଳୁଛି । ଭାଇରାଲ୍‌ ହୋଇଥିବା ଭିଡିଓରେ କନ୍ୟା ଜଣକ ଆସିବା ମାତ୍ରେ ଅତିଥିଙ୍କ ମେଳରେ ଛିଡ଼ା ‌ହୋଇଥିବା ବର ଖୁସିରେ ନାଚିବା ଆରମ୍ଭ କରି ଦେଉଛନ୍ତି। ବର ଜଣକ ଏତେ ଜବରଦସ୍ତ ନାଚୁଛନ୍ତି ଯେ ଲୋକ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଡୁଛନ୍ତି। ବର ଜଣକ ନାଚି ନାଚି ଏକ ଗୋଲାପ ନେଇ କନ୍ୟାଙ୍କ ସାମ୍ନାରେ ଆଣ୍ଠେଇ ତାଙ୍କୁ ଫୁଲ ଦେଉଛନ୍ତି।

ତେବେ ଲୋକଙ୍କୁ ବରଙ୍କର ଏହି ନାଚ ଖୁବ୍‌ ପସନ୍ଦ ଆସିଛି। ସମସ୍ତେ ବରଙ୍କ ନାଚକୁ ଖୁବ୍ ପସନ୍ଦ କରୁଛନ୍ତି।

Leave A Reply

Your email address will not be published.