Latest Odisha News

BREAKING NEWS

ମହିଳା ବିଶ୍ୱକପ ଫୁଟବଲ: ସେମି ଫାଇନାଲ ଲାଇନ ଅପ ଚୂଡାନ୍ତ

ମେଲବୋର୍ଣ୍ଣ: ଚଳିତ ମହିଳା ବିଶ୍ୱକପ ଫୁଟବଲର ସେମି ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ଇଂଲଣ୍ଡ, ସ୍ପେନ, ଅଷ୍ଟ୍ରେଲିଆ ଓ ସ୍ୱୀଡେନ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଶନିବାର ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ୨-୧ ଗୋଲରେ କଲମ୍ବିଆକୁ ପରାସ୍ତ କରିଥିଲା । ଇଂଲଣ୍ଡ କ୍ରମାଗତ ତୃତୀୟ ଥର ପାଇଁ ସେମିରେ ପ୍ରବେଶ କରିଛି । ଅନ୍ୟ ସେମିଫାଇନାଲ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଆୟୋଜକ ଅଷ୍ଟ୍ରେଲିଆ ଏହି ରୋମାଂଚକ ମୁକାବିଲାରେ ପେନାଲ୍ଟି ଶୁଟଆଉଟରେ ଫ୍ରାନ୍ସକୁ ପରାସ୍ତ କରିଥିଲା । ନିର୍ଦ୍ଧାରିତ ସମୟ ଗୋଲଶୂନ୍ୟ ରହିବା ପରେ ଅତିରିକ୍ତ ୩୦ ମିନିଟ ମଧ୍ୟ ଫଳାଫଳ ବାହାର କରିପାରି ନ ଥିଲା । ଶେଷରେ ପେନାଲ୍ଟି ଶୁଟଆଉଟର ସହାୟତା ନିଆ ଯାଇଥିଲା । ଶେଷରେ ଅଷ୍ଟ୍ରେଲିଆ ୭-୬ରେ ବାଜି ମାରିଥିଲା ।

୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆୟୋଜକ ଦେଶ ସେମିରେ ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲରେ ସ୍ୱୀଡେନ ଓ ସ୍ପେନ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଇଂଲଣ୍ଡ । ସ୍ପେନ ଓ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ବିଶ୍ୱକପ ସେମିଫାଇନାଲ ଖେଳିବାକୁ ଯାଉଛନ୍ତି ।

Leave A Reply

Your email address will not be published.