Latest Odisha News

BREAKING NEWS

ଦିଲ୍ଲୀ ବାହାରେ ଏକାଠି ହେବେ ବିଜେପି ବିରୋଧୀ ନେତା, ଆଉ ନବୀନ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏନଡିଏ ମେଣ୍ଟରୁ ଓହରିବା ପରେ ଫୁଲ ଜୋଶରେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତିନି ଦିନିଆ ଦିଲ୍ଲୀ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍…

ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲା, ଆସନ୍ତାକାଲି ଶୁଣାଣି

କଟକ : ବହୁ ଚର୍ଚ୍ଚିତ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି ଆସନ୍ତାକାଲି ହେବ ବୋଲି ସୂଚନା ରହିଛି। କଟକର ଫ୍ୟାମିଲି କୋର୍ଟ ବା ପାରିବାରିକ କୋର୍ଟ ଏହି ମାମଲାର ଶୁଣାଣି କରିବେ। ପ୍ରତିପକ୍ଷଙ୍କ ଆବେଦନ ଉପରେ ଆପତ୍ତି ଓ…

ଘର ପ୍ଲାନ କରାଇବା ଆଳରେ ଦୁଷ୍କର୍ମ, ୮ ମାସ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଘର ପ୍ଲାନ ଦେବା ନାଁରେ ଦୁଷ୍କର୍ମ। ଗିରଫ ହୋଇଛନ୍ତି ପ୍ଲାନ ଦେଉଥିବା ସରକାରୀ ସଂସ୍ଥା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଫିଲଡ ଅଫିସର ।  ଗତ ଫେବୃଆରୀ ୯ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଜଣେ ମହିଳା ଏ ନେଇ ଅଭିଯୋଗ କରିଥିଲେ। ତେବେ ଅଭିଯୋଗର ପାଖାପାଖି ୮ ମାସ ପରେ…

ମମତାଙ୍କ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍, ଘର ଚାରିପଟେ ଯବାନ

କୋଲକାତା: କୋଇଲା ଘୋଟାଲା ମାମଲାରେ ସିବିଆଇ ରେଡ୍ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରରେ ଆଇନ ମନ୍ତ୍ରୀ ଥିବା ମଳୟ ଘଟକଙ୍କ ୬ଟି ସ୍ଥାନରେ ସିବିଆଇ ଆଜି ରେଡ୍ କରିଛି। ଯେଉଁଥିରେ ମନ୍ତ୍ରୀଙ୍କ ଘର ସମେତ ତାଙ୍କ ବଡ଼ ଭାଇର ଘର ଏବଂ ଅନ୍ୟାନ୍ୟ ସ୍ଥାନ ରହିଛି। କୌଣସି ଅପ୍ରୀତିକର…

ଶୁଭଶ୍ରୀ ଆତ୍ମହତ୍ୟା ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀସ୍ଥିତ ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ଅଭିଯୁକ୍ତ ପୁରୁଷ ବନ୍ଧୁକୁ ରିମାଣ୍ଡରେ ଆଣିବ କମିସନରେଟ ପୋଲିସ। କୋର୍ଟରେ ତିନି ଦିନିଆ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିଲା। କୋର୍ଟ କିନ୍ତୁ ଦୁଇ…

‘କୋଶଳ’ରାଜ୍ୟ ଦାବି, ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ

ସୋନପୁର/କଳାହାଣ୍ଡି/ନୂଆପଡା/ଝାରସୁଗୁଡା: କିଛି ଦିନର ନିରବତା ପରେ ପରେ ପୁଣିଥରେ ପଶ୍ଚିମ ଓଡ଼ିଶାରେ ପୁଣି ଥରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ’କୋଶାଲ’ ଦାବି ଜୋର ଧରିଛି। ପ୍ରାୟ ୧୧ଟି ଜିଲ୍ଲାରେ ଲୋକେ ଏହାକୁ ନେଇ ଆଜି ଧାରଣାରେ ବସିଛନ୍ତି। ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି,…

ହନୁମାନ ପଇସା ନାଁରେ ଲୁଟ୍, ଗିରଫ ହେଲେ ୫ ଠକ

ଝାରସୁଗୁଡା (ରୋଶନ ମହାନ୍ତି): ହନୁମାନ ପଇସାକୁ ନେଇ ଚଳାଇଥିବା ଏକ ରାକେଟକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ରାକେଟରେ ମୋଟ୍ ପାଞ୍ଚ ଜଣ ଥିଲେ। ଯେଉଁମାନେ କି ହନୁମାନ ଟଙ୍କା ଦେଲେ ଲକ୍ଷାଧିକ ଟଂକା ମିଳିବ କହି ଠକେଇ କରିଥିବା ଅଭିଯୋଗ କରିଥିଲେ କେନ୍ଦ୍ରାପଡାର ରବୀନ୍ଦ୍ର…

ବୈଠକରେ ଅମିତ ଶାହଙ୍କ ଦୃଢୋକ୍ତି, ‘ଅବ୍ କି ବାର୍ ୩୫୦ ପାର’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପାଖାପାଖି ଦେଢ଼ ବର୍ଷ ସମୟ ରହିଛି । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ପ୍ରସ୍ତୁତି ଏବଂ ରଣନୀତି କାର୍ଯ୍ୟକାରୀ କରିବା ଆରମ୍ଭ କରି ଦେଇଛି। ମଙ୍ଗଳବାର ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ…

ଆସିଲା ସାଇରସ ମିସ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ଶରୀରର ଅନେକ ଅଙ୍ଗର ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ସୂଚନା ମିଳିଛି। ସୋମବାର ସରକାରୀ ଜେଜେ…

ପାକିସ୍ତାନ ବିପକ୍ଷ ମ୍ଯାଚରେ ହାରିବା ପରେ ଅର୍ଶଦୀପ ସିଂ ବାପା-ମାଙ୍କୁ ଫୋନ୍ କରି ‘ହସିଲେ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୁପର ୪ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଅର୍ଶଦୀପ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ ବିପକ୍ଷ ଶେଷ ମ୍ୟାଚରେ ଆସିଫ ଅଲିଙ୍କ କ୍ୟାଚ୍ ଡ୍ରପ କରିବା ପରେ ପ୍ରଥମ ଥର ପାଇଁ ଅର୍ଶଦୀପ…