Latest Odisha News

BREAKING NEWS

ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ-୨.୦ରେ ଓଡ଼ିଶାକୁ ୯ଟି ପୁରସ୍କାର

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ୨.୦ ଅଧୀନରେ ଓଡ଼ିଶାକୁ ୯ ଟି ପୁରସ୍କାର। ରବିବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ‘ସୁଜଲମ୍’ ଅଭିଯାନରେ ୨ଟି ପୁରସ୍କାର ପାଇଥିବା ବେଳେ ସର୍ବେକ୍ଷଣ…

ଜଗନ୍ନାଥଙ୍କୁ ନବୀନଙ୍କ ସହ ତୁଳନା କରି ବିବାଦୀୟ ହେବା ପରେ ସଫେଇ ଦେଲେ ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ୱର: 'ସାଢ଼େ ଚାରିକୋଟି ଓଡ଼ିଆଙ୍କ ପରିଚୟ ଥିଲେ ଜଗନ୍ନାଥ। ଏବେ ଭାରତର ଯେକୌଣସି ସ୍ଥାନକୁ ଗଲେ ସେଠିକାର ଲୋକେ ପ୍ରଥମେ ନବୀନ ପଟ୍ଟନାୟକଙ୍କ କଥା କହୁଛନ୍ତି'। ବିଜେଡି ପ୍ରଶିକ୍ଷଣ ଶିବିରରେ ମନ୍ତ୍ରୀ ପ୍ରତାପ ଦେବଙ୍କ ଏହି ବୟାନ ବିବାଦୀୟ ହୋଇପଡିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ…

ସ୍ବଚ୍ଛ ସର୍ବକ୍ଷେଣ ୨୦୨୨: ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷରେ ଇନ୍ଦୋର, ଭୁବନେଶ୍ବରର ସ୍ଥାନ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୨ରେ ପୁଣିଥରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଛି। ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷ ସ୍ଥାନରେ ରହିବାରେ ରେକର୍ଡ କରିଛି । ଏଥି ସହିତ ଗୁଜୁରାଟର ସୁରଟକୁ ଦ୍ୱିତୀୟ ପରିଷ୍କାର ସହର ଭାବରେ ଚୟନ କରାଯାଇଛି। ସ୍ୱଚ୍ଛତା ସର୍ଭେରେ…

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା: ବିଜେପି ଘେରିଲା, ପୋଲିସ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ଜେରା ପାଇଁ ଡାକିଲା

ଭୁବନେଶ୍ୱର: ପୁରୀ ଜିଲ୍ଲା ୧୧ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ସକ୍ରିୟ ହୋଇଛି ପୋଲିସ। ବିଜେପି ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇବା ସହିତ ଭୁବନେଶ୍ବର ଡିସିପି ଅଫିସ ଘେରାଉ କରି ଭାଇରାଲ ହୋଇଥିବା ଅଡିଓ କ୍ଲିପ ହସ୍ତାନ୍ତର…

ଯେଉଁ ନିୟମକୁ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଗଡକରୀ ଉତ୍ସାହିତ ଥିଲେ ଏବେ ଟାଳିଲେ କାହିଁକି?

ନୂଆଦିଲ୍ଲୀ: ବିଜନେସ ଟାଇକୁନ ସାଇରସ ମିସ୍ତ୍ରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସମସ୍ତ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଏହି ନିୟମ ଅକ୍ଟୋବର ୧ ଅର୍ଥାତ ଆଜିଠୁ ସାରା ଦେଶରେ ଲାଗୁ ହେବ ବୋଲି ବୋଲି…

ଜାତିସଂଘରେ ଋଷ ବିରୋଧରେ ଭୋଟ୍ ଦେବାରୁ ବିରତ ରହିଲା ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନର ୪ ଅଞ୍ଚଳକୁ ନିଜ ଦେଶରେ ସାମିଲ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହାକୁ ବିରୋଧ କରି ଆମେରିକା ଏବଂ ଆଲବେନିଆ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତି। ତେବେ ଭାରତ ଭୋଟିଂ ସମୟରେ ବିରତ ରହି ଋଷ ସହ…

ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ରାଜସ୍ଥାନ ଜୟପୁରରେ କଂଗ୍ରେସ 'ଜଣେ ବ୍ୟକ୍ତି, ଗୋଟିଏ ପଦ' ନିୟମ କରିଥିଲା। ଏବେ ଏହି ନିୟମକୁ ମାନି ରାଜ୍ୟସଭା ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଯିଏକି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଖଡଗେ ତାଙ୍କ…

ନାଟୋ ଦେଶର ସଦସ୍ୟ ହେବା ପାଇଁ ୟୁକ୍ରେନର ଆବେଦନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଋଷ ୟୁକ୍ରେନର ୪ଟି ଅଞ୍ଚଳକୁ ଦଖଲ କରିନେବା ପରେ ୟୁକ୍ରେନ ନାଟୋ ଦେଶର ସଦସ୍ୟ ହେବା ପାଇଁ ଆବେଦନ କରିଛି। ଶୁକ୍ରବାର ୟୁକ୍ରେନ ମିଡିଆ ଏହି ସୂଚନା ଦେଇଛି। ପୁଟିନ ୟୁକ୍ରେନର ୧୫ ପ୍ରତିଶତ ଅଞ୍ଚଳକୁ ଋଷ ସହିତ ମିଶାଇବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।…

ସୋସିଆଲ୍ ମିଡିଆରେ ଫେକ୍ ଆକାଉଣ୍ଟ ଖୋଲିବା ସାଇବର ଅପରାଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଢୁଥିବା ସାଇବର ଅପରାଧକୁ ଦେଖି ଚେତାଇଲା ଓଡିଶା ପୁଲିସ। ଫେସବୁକ, ଟୁଇଟର ଏବଂ ଇନଷ୍ଟାଗ୍ରାମ ଭଳି ଫ୍ଲାଟଫର୍ମରେ ଫେକ୍ ଆଇଡି କରି କିମ୍ବା ଅନ୍ୟ କାହାର ଫଟୋ ଆଣି ଫେସବୁକ ପ୍ରୋଫାଇଲରେ ରଖି ସଂଚାଳନ କରିବାକୁ ଅପରାଧ ବୋଲି କହିଛି ଓଡିଶା ପୋଲିସ। ଓଡ଼ିଶା…

ଦେଶରେ ଆରମ୍ଭ ହେଲା ୫ଜି ଯୁଗ, ପ୍ରଗତି ମୈଦାନରୁ ପ୍ରଧାନମନ୍ତ୍ରୀ କଲେ ଉଦଘାଟନ

ନୂଆଦିଲ୍ଲୀ: ଦେଶରେ ବହୁ ପ୍ରତୀକ୍ଷିତ ୫ଜି ସେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଏହି ୫ଜି ସେବା ଆରମ୍ଭ କରିଛନ୍ତି। ଟେକ୍ନୋଲୋଜିର ଏହି ନୂଆ ପିଢିରେ ଭାରତ ପ୍ରବେଶ କରି ଚୀନ, ଦକ୍ଷିଣ କୋରିଆ, ଆମେରିକା ଆଦି ଦେଶ ସହିତ ସାମିଲ ହୋଇଛି।…