Latest Odisha News

BREAKING NEWS

ଖୁସି ଖବର: ସରକାର ବୃଦ୍ଧି କଲେ ସାମ୍ବାଦିକଙ୍କ ମାସିକ ପେନସନ୍

ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା । ସମ୍ବାଦିକଙ୍କ ପାଇଁ ଖୁସି ଖବର। ସରକାର ବୃଦ୍ଧି କଲେ ସାମ୍ବାଦିକଙ୍କ ମାସିକ ପେନସନ୍। ବିହାରରେ ସାମ୍ବାଦିକଙ୍କ ମାସିକ ପେନସନ ୬ ହଜାରରୁ ୧୫ ହଜାର ଟଙ୍କା କରାଗଲା। ସାମ୍ବାଦିକଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ…

ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ;ବଦଳି ହେଲେ ୬ ଅଧିକାରୀ

ଭୁବନେଶ୍ବର:ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବୋର୍ଡ କାର୍ଯ୍ୟାଳୟର ଅତିରିକ୍ତ ସମ୍ପାଦକଙ୍କ ସମେତ ୬ ଅଧିକାରୀଙ୍କ ବଦଳି ହୋଇଥିବା ସୂଚନା ମିଳିଛି । ବୋର୍ଡ କାର୍ଯ୍ୟାଳୟର ଅନ୍ୟ ବିଭାଗକୁ ବଦଳି ହୋଇଛନ୍ତି ୬ ଅଧିକାରୀ । ସୂଚନାଥାଉକି, ଜୁଲାଇ ୨୦ରେ…

ପୁଣି ଆମେରିକାର ଦୋମୁହାଁ ନୀତି: ଟିଆରଏଫକୁ ଆତଙ୍କୀ, ଆଉ ସମର୍ଥକ ପାକିସ୍ତାନ ଆତଙ୍କବାଦ ବିରୁଦ୍ଧ….

ନୂଆଦିଲ୍ଲୀ: ବିଗତ ଦିନରେ ଆମେରିକା ପାକିସ୍ତାନ ସମର୍ଥିତ ଲସ୍କର-ଏ-ତୈବା ପ୍ରକ୍ସି ସଂସ୍ଥା ଟିଆରଏଫକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିବା ସହିତ କଡା ନିନ୍ଦା କରିଥିଲା । ଆଉ ଏବେ ସାରା ବିଶ୍ୱରେ ଆତଙ୍କବାଦର ସମର୍ଥକ ପାଲଟିଥିବା ପାକିସ୍ତାନ କାଳେ ଆତଙ୍କବାଦ ବିରୋଧରେ ଯୁଦ୍ଧ ଲଢୁଛି…

‘ମରିବାକୁ ଚାହୁଁଛି ହମାସ’, ବର୍ଷିଲେ ଟ୍ରମ୍ପ, ଗାଜାରେ କାମ ସଫା କରିବାକୁ ଇସ୍ରାଏଲକୁ ଦେଲେ ସମର୍ଥନ….

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ହେବାର ନା ନେଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଗାଜାରେ ଯୁଦ୍ଧବିରତି ଆଲୋଚନା ଭଙ୍ଗ ପାଇଁ ହମାସକୁ ଦାୟୀ କରିଛନ୍ତି । ଏହି ଅଞ୍ଚଳରେ ଇସ୍ରାଏଲର ସାମରିକ ଅଭିଯାନକୁ ବୃଦ୍ଧି କରିବା ପାଇଁ ଦୃଢ଼ ସମର୍ଥନର ସଙ୍କେତ…

ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ

କୋରାପୁଟ: ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ। ଆୟଠୁ ଅଧିକ ସଂପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ । ଭିଜିଲାନ୍ସ ରେଡ ବେଳେ ତାଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା ଓ ପୁଳା ପୁଳା ସୁନାଗହଣା। ଦେଢ଼ କେଜି ସୁନା, ୪ କେଜି ୬୩୭ ଗ୍ରାମ ରୁପା ଜବତ ହୋଇଥିଲା। ଡେପୁଟି…

ଏଣିକି ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ, ଯୁବପିଢିଙ୍କ ନିଶା ବ୍ୟବହାର ରୋକିବାକୁ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଔଷଧର ଅବୈଧ ବିକ୍ରୟ ଏବଂ ବଢ଼ୁଥିବା ନିଶାଦ୍ରବ୍ୟ ସମସ୍ୟାକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ଏବଂ କଠୋର ପଦକ୍ଷେପ ନେଇଛନ୍ତି। ଏବେ ରାଜଧାନୀର ପ୍ରତ୍ୟେକ ମେଡିକାଲ ଦୋକାନରେ ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ହେବ। ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଯେ ୩୧ ଜୁଲାଇ,…

କମ୍ବୋଡ଼ିଆ-ଥାଇଲାଣ୍ଡ ଉତ୍ତେଜନା; ଭାରତୀୟ ଦୂତାବାସର ସତର୍କତା, ଜରୁରୀକାଳୀନ ହେଲ୍‌ପଲାଇନ୍ ନମ୍ବର ଜାରି

ନୂଆଦିଲ୍ଲୀ: କମ୍ବୋଡ଼ିଆ ଓ ଥାଇଲାଣ୍ଡ ମଧ୍ୟରେ ଚାଲିଛି ଉତ୍ତେଜନା। ଏହି ଉତ୍ତେଜନା ମଧ୍ୟରେ ଭାରତୀୟ ଦୂତାବାସର ସତର୍କତା ଜାରି ହୋଇଛି। ସୀମାନ୍ତ ଉତ୍ତେଜନା ଅଞ୍ଚଳ ନଯିବାକୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ଜରୁରୀକାଳୀନ ହେଲ୍‌ପଲାଇନ୍ସ ନମ୍ବର ଜାରି କଲା ଦୂତାବାସ। ଯୋଗାଯୋଗ ପାଇଁ…

କାରଗିଲ ବିଜୟ ଦିବସ: ୧୯୯୯ରେ କାହିଁକି ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ? କେମିତି ମୁକାବିଲା କରିଥିଲେ କାରଗିଲ…

ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସର ୨୬ତମ ବାର୍ଷିକୀ ପାଳିତ ହେଉଛି । ୨୬ ଜୁଲାଇ ଆଜିର ଦିନରେ ନିଜର ପରାକ୍ରମ ଦେଖାଇଥିଲେ କାରଗିଲ୍ ବୀର । ଏହିଦିନକୁ ଭାରତର ଇତିହାସରେ ଏପରି ଭାବରେ ରେକର୍ଡ କରାଯାଇଛି ଯେ ଏହାକୁ ଭୁଲିହେବ ନାହିଁ। ଏହି ବର୍ଷ ଆମର ୫୨୭ ଜଣ ସୈନିକ ଦେଶ ପାଇଁ ପ୍ରାଣ…

ବିଏଡ୍ ପ୍ରାର୍ଥୀଙ୍କୁ ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ସୁଯୋଗ ଦେବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ‌ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ମିଳିବ କନିଷ୍ଠ ଶିକ୍ଷକ ହେବାର ସୁଯୋଗ। ବିଏଡ୍ ପ୍ରାର୍ଥୀଙ୍କୁ ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ସୁଯୋଗ ଦେବାକୁ ଓଡିଶା ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ସ୍ନାତକ ପରେ ଦୁଇବର୍ଷିଆ ବିଏଡ୍ ପାସ୍ କରିଥିବା…

ଦିଲ୍ଲୀରୁ ଫେରିଲେ ମନମୋହନ, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ନେଇ କହିଲେ ବଡ଼ କଥା…

ଭୁବନେଶ୍ୱର: ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଆଉ ଏହି ଦିଲ୍ଲୀ ଗସ୍ତ ଚର୍ଚ୍ଚାର ବିଷୟ ଥିଲା। ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦିଲ୍ଲୀରେ ମନମୋହନ ସାମଲ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ…