Latest Odisha News

BREAKING NEWS

Tiger is back: ମାସକ ପରେ ସର୍ବସାଧାରଣରେ ନଜର ଆସିଲେ ଟାଇଗର, ଗ୍ଲୋବାଲ୍ ପିସ୍ ପ୍ରୋଗ୍ରାମରେ ଦମଦାର ଏଂଟ୍ରି

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ସିରିଜ୍ ଧମକୀର ସିଜିନ୍ । ତା ଭିତରେ ଟାଇଗର ଶ୍ରଫ୍‌ଙ୍କ ଉପରକୁ ଗୁଳିମାଡ ପ୍ରତି ସେଲିବ୍ରିଟିଙ୍କ ମନରେ ଖେଲାଇଦେଇଥିଲା ଭୟ । ହେଲେ କିଛିଦିନର ନିରବତା ପରେ ପୁଣି ଟାଇଗର ବ୍ୟାକ୍ କରିଛନ୍ତି ତାଙ୍କ ଅଲଟାଇମ ଡାନ୍ସ ଫର୍ମକୁ । ସେ ଭୟ ଦୂର କରିବାକୁ ମାସକ ପରେ ଲୋକଲୋଚନକୁ ଆସିଛନ୍ତି ଟାଇଗର ଶ୍ର୍ରଫ୍ । ଗ୍ଲୋବାଲ ପିସ୍ ସମ୍ମାନ-୨୦୨୬ରେ ଟାଇଗର ଦମଦାର ପରଫରମାନ୍ସ କରିଥିବା ଦେଖିବାକୁ ମିଲିଛି । ଶ୍ରୀ ଗଣେଶା ଦେବା ଗୀତରେ ଜବରଦସ୍ତ ଡାନ୍ସ ମୁଭମେଂଟ ଦେଖାଇଛନ୍ତି ଟାଇଗର । ଦିବ୍ୟଜ୍ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁମ୍ବାଇର ଐତିହାସିକ ଗେଟୱେ ଅଫ୍ ଇଣ୍ଡିଆ ଠାରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ଡାନ୍ସ କରୁଥିବାର ନଜର ଆସିଥିଲେ ଟାଇଗର । ଶାନ୍ତି,ସାହସ ଏବଂ ମାନବିକତାର ଭାବନାକୁ ପାଳନ କରିବା ତଥା ସମ୍ମାନିତ କରିବାକୁ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ । ଏହି ବାର୍ଷିକ କାର୍ଯ୍ୟକ୍ରମ ଆତଙ୍କବାଦର ଶିକାର ହୋଇଥିବା ବ୍ୟକ୍ତି ଓ ଏହାର ମୁକାବିଲା କରିଥିବା ବୀର ଯବାନଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିବା ସହ ଶାନ୍ତି, କରୁଣା ଓ ଏକତା ଉପରେ ଗୁରୁତ୍ୱାରୋପ କରେ ।

ସୂଚନା ଅନୁସାରେ ଅକ୍ଟୋବର ୧୮ରେ ଫୁଟବଲ୍ ପଡିଆରୁ ଘରକୁ ଫେରୁଥିବା ବେଳେ ଟାଇଗର ଶ୍ରଫ୍‌ଙ୍କ ଉପରେ ଅତର୍କିତ ଗୁଳିମାଡ ହୋଇଥିଲା । ଟାଇଗର ଏଥିରେ ସାମାନ୍ୟ ଆହତ ହୋଇଥିଲେ । ପରେ ପରେ ଜଣାପଡିଥିଲା ଯେ ଗୁଳିମାଡ କରିଥିବା ଅଭିଯୁକ୍ତର ଟାର୍ଗେଟରେ ଥିଲେ ଆଉ ଜଣେବଡ ତଥା ଜଣାଶୁଣା ସେଲିବ୍ରିଟି । ତେବେ ସେ ଆଉଟ ଅଫ୍ ଟାଉନ ଥିବାରୁ ଟାଇଗରଙ୍କୁ କରାଯାଇଥିଲା ଟାର୍ଗେଟ । ଟାଇଗର ଏ. ହର୍ଷାଙ୍କ ଆକ୍ସନ ଥ୍ରୀଲର ବଗୀ-୪ରେ ଶେଷ ଥର ପାଇଁ ନଜର ଆସିଥିଲେ । ସାଜିଦ ନାଡିଆଲୱାଲାଙ୍କ ନିର୍ମିତ ଏହି ଫିଲ୍ମ ୫ ସେପଟେମ୍ବର ୨୦୨୫ରେ ରିଲିଜ୍ ହୋଇଥିଲା । ଫିଲ୍ମରେ ଅନ୍ୟାନ୍ୟ ରୋଲରେ ସଂଜୟ ଦତ୍ତ, ହରନାଜ ସାନ୍ଧୁ, ସୋନମ ବାଜୱା, ଶ୍ରେୟସ ତଲପଡେ, ମହେଶ ଠାକୁର, ସୌରଭ ସଚଦେବା ଓ ଉପେନ୍ଦ୍ର ଲିମାୟେ ନଜର ଆସିଥିଲେ । ତେବେ ରେମୋ ଡିସୋଜାଙ୍କ ନିର୍ଦ୍ଦେଶିତ ଅପକମିଂ ପ୍ରୋଜେକ୍ଟରେ ନଜର ଆସିବେ ଟାଇଗର ।

 

Leave A Reply

Your email address will not be published.