Latest Odisha News

BREAKING NEWS

ଚାକିରିରୁ ବହିଷ୍କାର ହେଲେ ଯବାନ: କହିଲେ, ‘ମୁଖ୍ୟାଳୟର ଅନୁମୋଦନ ପରେ ହୋଇଥିଲା ବିବାହ’

ନୂଆଦିଲ୍ଲୀ: 'ହେଡକ୍ୱାଟର ଅନୁମୋଦନ ଦେଲା ପରେ ମୁଁ ପାକିସ୍ତାନୀ ଯୁବତୀଙ୍କୁ ବିବାହ କରିଥିଲି, ଏବେ ବହିଷ୍କାର କାହିଁକି?', ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରି ସିଆରପିଏଫ ଯବାନଙ୍କ ଚାକିରି ଯିବା ପ୍ରସଙ୍ଗରେ ଉପରେ ଏପରି କିଛି ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ନିଜେ ବହିଷ୍କାର…

ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା

ପୁରୀ: ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା। ଦୀଘା ଜଗନ୍ନାଥ ମନ୍ଦିର 'ଦାରୁ' ବିବାଦକୁ ନେଇ ସିଂହଦ୍ବାର ଥାନାରେ ଏତଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ହୋଇଛି। ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା ହେବା…

ରାଜ୍ୟକୁ ପୁଣି ଫେରିବ ତାତି, ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ତାପମାତ୍ରା !

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଫଳରେ ତାତିରେ ଲାଗିଛି ବ୍ରେକ। ଲୋକେ ତାତିରୁ ଆଶ୍ୱସ୍ତି ପାଇଛନ୍ତି। ହେଲେ ଏବେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ରାଜ୍ୟକୁ ପୁଣି ଫେରିବ ପ୍ରବଳ ଗ୍ରୀଷ୍ମ ପ୍ରବାହ। ୭ ତାରିଖ ପରେ ୨ରୁ ୪ ଡିଗ୍ରୀ ଯାଏଁ…

ପୋର୍ଟ ନିଷିଦ୍ଧାଞ୍ଚଳରେ ଡମ୍ପର ଓଲଟି ୨ ଡ୍ରାଇଭର ମୃତ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା ଘଟିଛି। ଏଠାରେ ହାଇଓ୍ବାକୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍। ଦୁଇଜଣ ହାଇୱା ଡ୍ରାଇଭର ମୃତ। ଦୁଇ ମୃତକ ହେଲେ ଅସ୍ତରଙ୍ଗର ରତ୍ନାକର ସ୍ବାଇଁ ଓ ଷଣ୍ଢକୁଦର ଚନ୍ଦନ ଜେନା। ଦୁଇ ଡ୍ରାଇଭର ଏକ ବ୍ରେକ୍ ଡାଉନ୍ ହାଇଓ୍ବାର ମରାମତି କାମ…

ଖାନ୍‌ନଗର ବ୍ରିଜ ଅଘଟଣ: ୧୫ ଦିନ ଭିତରେ ରିପୋର୍ଟ ଦେବ ୩ ଜଣିଆ କମିଟି

କଟକ: ଖାନ୍‌ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଗତକାଲି ଘଟିଥିବା ଅଘଟଣରେ ୩ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ଘଟଣାରେ ୩ ଜଣିଆ…

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି: ପାକ୍ ରାଷ୍ଟ୍ରଦୂତଙ୍କ ପରମାଣୁ ଧମକ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ରୁଷିଆରେ ନିଯୁକ୍ତ ପାକିସ୍ତାନ ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ ଜାମାଲି ରୁଷିଆର ଆରଟି ଚ୍ୟାନେଲକୁ ଦେଇଥିବା ଏକ…

ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ ଘୋଷଣା, ଓଡ଼ିଶା ସରକାରଙ୍କ ଆପତ୍ତିକୁ ସମର୍ଥନ କଲା ବେଙ୍ଗଲ ବିଜେପି

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଦୀଘାରେ ନିର୍ମିତ ନୂଆ ଜଗନ୍ନାଥ ମନ୍ଦିର, ଯାହାକୁ ଆନୁଷ୍ଠାନିକ ଭାବେ ‘ଶ୍ରୀ ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ନାମେ ଅଭିହିତ କରାଯାଇଛି, ସେହି ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମକରଣ କରାଯିବା ନେଇ ଓଡ଼ିଶା ସରକାରଙ୍କ ଆପତ୍ତିକୁ…

ପହଲଗାମ ଘଟଣା ପୂର୍ବରୁ ଗୁଇନ୍ଦା କରାଇଥିଲା ସତର୍କ, କିନ୍ତୁ ଟାର୍ଗେଟ ଥିଲା ଏଠି!

ଶ୍ରୀନଗର: ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଆଭାସ ପାଇଥିଲା ଗୁଇନ୍ଦା । କିଛି ଦିନ ପୂର୍ବରୁ ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ଶ୍ରୀନଗରର ଉପକଣ୍ଠରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯାଇପାରେ ବୋଲି ସତର୍କ କରାଇଥିଲେ। ଅଧିକାରୀଙ୍କ କହିବା…

ପହଲଗାମ ଆତଙ୍କବାଦୀ ଘଟଣା ବେଳେ ସରକାର କାହିଁକି ଜାତିଗତ ଜନଗଣନା ନିଷ୍ପତ୍ତି ନେଲେ?

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜନଗଣନାରେ ଜାତି ଗଣନା ଅନ୍ତର୍ଭୁକ୍ତ କରିବାକୁ ଘୋଷଣା କରିଛନ୍ତି । ଯାହା ବିରୋଧୀଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏପ୍ରିଲ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ଅନ ପୋଲିଟିକାଲ ଆଫେୟାର୍ସର ବୈଠକ ପରେ…

ମୋଦିଙ୍କୁ ଭେଟିଲେ ନୌସେନା ମୁଖ୍ୟ, କିଛି ବଡ଼ ଯୋଜନା କରୁଛି କି ଭାରତ?

ନୂଆଦିଲ୍ଲୀ: ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭେଟିଛନ୍ତି। ତିନି ସେନାମୁଖ୍ୟଙ୍କ ସହ ବୈଠକର ଗୋଟିଏ ଦିନ ପରେ ପୁଣିଥରେ ନୌସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ତେବେ…