Latest Odisha News

BREAKING NEWS

ଶିଶୁ ଗଳ୍ପ : କୁମ୍ବିକାଠରୁ  କୁମ୍ଭୀର

କୁଞ୍ଜ ବିହାରୀ ସାହୁ କେଉଁଟ ଘରର ଦୁଇପୁଅ । ନଦୀରୁ ମାଛ ଧରିବା ତାଙ୍କର ବେଉସା । ଅକାତକାତ ପାଣିକୁ ଡର ନାହିଁ । ଦୁଇଭାଇ ସାଥୀ ହୋଇ ବଣକୁ ଗଲେ । ହାଲକା କୁମ୍ବିକାଠଟିଏ କାଟିଲେ । ଡଙ୍ଗାଟିଏ ତିଆରିକଲେ । ଡଙ୍ଗାକୁ ନେଇ ପାଖ ନଦୀକୁ ଗଲେ । ସାଥିରେ ବଡ଼ ଜାଲଟିଏ ଧରିଲେ । ଅନେକ…

ଅଧ୍ୟାପକ ବିଶ୍ଵରଞ୍ଜନ ହେଲେ ମନୋଜ ଦାସ ସ୍ମୃତି ସଂସଦର ନୂତନ ସଭାପତି

ଭୁବନେଶ୍ୱର : ମନୋଜ ଦାସ ସ୍ମୃତି ସଂସଦର ଏକ ସ୍ଵତନ୍ତ୍ର ବୈଠକରେ ସ୍ଥାନୀୟ ଏକ ହୋଟେଲରେ ନୂତନ ସଭାପତି ଭାବରେ କଥାକାର ଅଧ୍ୟାପକ ବିଶ୍ଵରଞ୍ଜନ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ ବିଶିଷ୍ଟ କଥାକାର ବିଜୟ ନାୟକ ସଂସଦର ପ୍ରଥମ ସଭାପତି ଭାବେ ମନୋନୀତ ହୋଇଥିଲେ। ତେବେ ମହାମହିମ…

ଯାଜପୁରରେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଜବତ

ଯାଜପୁର: ବିଞ୍ଝାରପୁର ଥାନା ଅଞ୍ଚଳର ବରିକୂଳ ଗ୍ରାମରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଠାବ ହୋଇଛି । ଶନିବାର ଟିଉସନ ଯାଇ ଆଉ ଘରକୁ ଫେରିନଥିଲେ ଛାତ୍ରୀ। ବିଳମ୍ବିତ ରାତିରେ ନିକଟସ୍ଥ ଏକ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ଛାତ୍ରୀଙ୍କୁ ହତ୍ୟା କରି ଫିଙ୍ଗି…

ପାରାଦୀପରେ ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ

ଭୁବନେଶ୍ୱର: ପାରାଦୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି । ନାବାଳିକା ତାଙ୍କ ମାମୁ ଘରକୁ ଯିବା ବାଟରେ ତାଙ୍କୁ ଅପହରଣ କରାଯାଇଥିଲା । ଗଣେଶ ପୂଜାରେ ପୀଡ଼ିତା ତାଙ୍କ ମାମୁ…

ଦ୍ୱିତୀୟ ଥର ପାଇଁ ବାତିଲ ହେଲା ନାସାର ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ଆମେରିକା ସ୍ପେସ ଏଜେନ୍ସି ନାସା ଆର୍ଟେମିସ-୧ ମୁନ ମିଶନ ପୁନର୍ବାର ବାତିଲ କରିଛି । ନାସାର ଏହି ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ଫ୍ୟୁଲ ଲିକ ଯୋଗୁ ପୁଣି ଫେଲ ମାରିଛି । ପୁନର୍ବାର ଏହାକୁ କେବେ ଲଂଚ କରାଯିବ ସେ ନେଇ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି ।…

ବିମାନ ଚୋରି କରି ୱାଲମାର୍ଟ ଷ୍ଟୋରକୁ ଉଡାଇବାକୁ ଧମକ ଦେଲା ପାଇଲଟ

ଟୁପେଲୋ: ଆମେରିକାର ଟୁପେଲୋରେ ଏବେ ଏକ ପାଇଲଟ ଯୋଗୁ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ରିପୋର୍ଟ ମୁତାବକ ମିିସିସିପି ରାଜ୍ୟରେ ଜଣେ ପାଇଲଟ ବିମାନ ଚୋରି କରିବା ପରେ ଏହାକୁ ଉଡାଇ ଧମକ ଦେବା ଆରମ୍ଭ କରିଛି । ନିକଟରେ ଥିବା ୱାଲମାର୍ଟ ଷ୍ଟୋରକୁ ଖୁବ ଶୀଘ୍ର ବିସ୍ଫୋରଣରେ ଉଡେଇ ଦେବି ବୋଲି…

ଟି୨୦ ବିଶ୍ୱକପରେ ବି ଖେଳିବେନି ଜାଡେଜା !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଆଘାତ ସମସ୍ୟା ଜଟିଳ ହୋଇଥିବାରୁ ସେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ମେଗା ଇଭେଂଟରେ ଖେଳିପାରିବେ ନାହିଁ । ତେବେ ଏ ନେଇ ବିଧିବଦ୍ଧ ଭାବେ ଜାଡେଜା କିମ୍ବା…

ଶେଷ ହେଲା ସେରେନାଙ୍କ ୨୭ ବର୍ଷର ଟେନିସ କ୍ୟାରିୟର

ନ୍ୟୁୟର୍କ: ଆମେରିକାର ମହାନ ମହିଳା ଟେନିସ ଖେଳାଳି ସେରେନା ୱିଲିୟମ୍ସଙ୍କ ୨୭ ବର୍ଷ କ୍ୟାରିୟରର ପରିସମାପ୍ତି ଘଟିଛି । ଚଳିତ ୟୁଏସ ଓପନ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟ ହେବ ବୋଲି ସେ ପୂର୍ବରୁ ଘୋଷଣା କରିଥିଲେ । ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ସେରେନା ଅଷ୍ଟ୍ରେଲିଆର ଓୟଲା…

ଏସିଆ କପ କ୍ରିକେଟ: ସୁପର ୪ର ଚୂଡାନ୍ତ କାର୍ଯ୍ୟସୂଚୀ ଘୋଷିତ

ଦୁବାଇ: ଏସିଆ କପ ଟି୨୦ କ୍ରିକେଟର ସୁପର ୪ ପାଇଁ ଟିମଗୁଡିକ ଚୂଡାନ୍ତ ହୋଇଛି । ଏଥିସହ ଏହାର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି । ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ୬ଟି ମ୍ୟାଚ ଖେଳାଯିବ । ଏହା ପରେ ପ୍ରଥମ ୨ଟି ଟିମ ଫାଇନାଲରେ ପ୍ରବେଶ କରିବ । ଅନ୍ୟ ଅର୍ଥରେ ୮…

ଝାରସୁଗୁଡ଼ାରେ ମୁଖ୍ୟ ଶାସନ ସଚିବ; ବୁଲିଲେ ହାର୍ଟ ହସ୍ପିଟାଲ

ଝାରସୁଗୁଡ଼ା: ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଛନ୍ତି । ସକାଳୁ ଝାରସୁଗୁଡ଼ା ସହରର ବାଲିଜୁରି ସ୍ଥିତ ହାର୍ଟ ହସ୍ପିଟାଲ ପରିଦର୍ଶନ କରିଥିଲେ। ପରେ ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲା…