Latest Odisha News

BREAKING NEWS

ତୁଟିଲା ବିବାଦ: ପରିଚୟ ଫେରିପାଇଲା ବିରଜା ହାଟ

ଯାଜପୁର: ପୁଣି ନିଜର ପରିଚୟ ଫେରିପାଇଲା ବିରଜା ହାଟ । ୧୧ ମାସ ଧରି ବାଦବିବାଦ ପରେ ଆଜି ପୁଣି ସେଇ ପୁରୁଣା ସ୍ଥାନରେ ପୁଣି ଥରେ ବିରଜା ଅଗ୍ନେଶ୍ୱର ହାଟ ବସିଛି । ବେଆଇନ ଭାବେ ବିରଜା ପ୍ରକଳ୍ପ ନିର୍ମାଣ ଆଳରେ ଏହାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବ୍ୟବସାୟ ନହେବାରୁ ଅସନ୍ତୋଷ ଦେଖାଇଥିଲେ…

ଜାନୁଆରୀ ୧୪ ରୁ ୨୨ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ବନ୍ଦ ରହିବ ଭିତରକନିକା । ଆସନ୍ତା ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ତେବେ ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୫ ପ୍ରଥମ ମାସରେ କୁମ୍ଭୀର ଗଣନା କରାଯିବ । ଏଥିପାଇଁ ଏହି ସମୟରେ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବା ନେଇ ସୂଚନା…

ଇଞ୍ଜିନିୟର ଅତୁଲ ସୁବାଷ ଆତ୍ମହତ୍ୟା ଘଟଣା: ଗିରଫ ହେଲେ ପତ୍ନୀ

ନୂଆଦିଲ୍ଲୀ: ଇଞ୍ଜିନିୟର ଅତୁଲ ସୁବାଷ ଆତ୍ମହତ୍ୟା ଘଟଣା । ଅତୁଲଙ୍କ ପତ୍ନୀ ନିକିତାଙ୍କୁ ଗିରଫ କଲା ପୋଲିସ । ନିକିତାଙ୍କ ସହ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି । ନିକିତାଙ୍କୁ ଗୁରୁଗ୍ରାମ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ମାଆ ଏବଂ ଭାଇଙ୍କୁ ଗିରଫ କରିଛି ପ୍ରୟାଗରାଜ ପୋଲିସ୍ ।…

୮୦୦ କ୍ଲବରେ ଏଣ୍ଟ୍ରୀ କରି ରେକର୍ଡ ସୃଷ୍ଟି କଲା ପୁଷ୍ପା-୨

ମୁମ୍ବାଇ: ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ଫିଲ୍ମର ରେକର୍ଡ ଭାଙ୍ଗିବାରେ ଲାଗିଛି ଫିଲ୍ମ ’ପୁଷ୍ପା-୨’ । ଆଲ୍ଲୁ ଅର୍ଜୁନଙ୍କ ଅଭିନୀତ ଏହି ଫିଲ୍ମ କେବଳ ଦର୍ଶକଙ୍କ ମହଲରେ ଆଦୃତ ନୁହେଁ ବରଂ ଭଲ ରୋଜଗାର ମଧ୍ୟ କରୁଛନ୍ତି । ରିଲିଜ ହେବାର ୧୦ଦିନ ଭିତରେ ଦମଦାର ରୋଜଗାର କଲାଣି ପୁଷ୍ପା ୨ ।…

ଶୀତରେ ଥରିବ ଓଡିଶା, ଖସିବ ପାରଦ: ୧୭ରେ ପୁଣି ବର୍ଷା

ଭୁବନେଶ୍ବର: ଖସିବ ପାରଦ । ବଢିବ ଶୀତ । ଏଥିପାଇଁ ରାଜ୍ୟରେ ୪୮ ଘଣ୍ଟା ପାଇଁ ଶୀତର ଲହରି ଜାରି ରହିବ ବୋଲି ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଆଗାମୀ ୨ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାରୁ ଉପକୂଳ ଯାଏଁ ସବୁଠି ଶୀତର ପ୍ରକୋପ ଜାରି ରହିବ । ଏଥିସହିତ ଆଜି ପାଇଁ ଝାରସୁଗୁଡା ଓ…

ଭୁଶୁଡିଲା ଯାତ୍ରା ଗେଟ୍: ୩୦ରୁ ଅଧିକ ଆହତ

ସାଲେପୁର: ଯାତ୍ରା ଆରମ୍ଭରୁ ଘଟିଲା ବଡ ଅଘଟଣ । ଯାତ୍ରା ପାର୍ଟି ସମ୍ମୁଖରେ ଭୁଶୁଡ଼ିଲା ଲୁହାର ଏଣ୍ଟ୍ରି ଗେଟ୍ । ଲୁହାର ଏଣ୍ଟ୍ରି ଗେଟ୍ ଭୁଶୁଡ଼ି ୩୦ରୁ ଊର୍ଦ୍ଧ୍ବ ଦର୍ଶକ ଆହତ । ଦର୍ଶକମାନେ ଟିକେଟ କାଟି ପ୍ରବେଶ କରୁଥିବା ବେଳେ ବଡ ଅଘଟଣ ଘଟିଥିବା ବେଳେ ଆହତଙ୍କ ମଧ୍ୟରୁ ୬ ଗୁରୁତର କଟକ ବଡ଼…

ସକାଳୁ କରନ୍ତୁ ଏହି ସବୁ ବ୍ୟାୟାମ: ଦିନ ସାରା ରହିବେ ସତେଜ ଆଉ ଫିଟ୍

ଭୁବନେଶ୍ବର: ଶୀତୁଆ ସକାଳେ ଉଠିବାକୁ ପ୍ରାୟତଃ ଇଚ୍ଛା ହୋଇନଥାଏ। ଯଦି ବି କୌଣସି କାର୍ଯ୍ୟ ପାଇଁ ଜଲଦି ଉଠିବାକୁ ବାଧ୍ୟ ହୋଇଥାଉ, ହେଲେ ଦିନ ସାରା ଆମକୁ ଅଳସ ଆଉ ନିଦୁଆ ନିଦୂଆ ଅନୁଭବ ହୋଇଥାଏ। ଏଭଳି ସ୍ଥଳରେ ସକାଳୁ ଉଠି ପ୍ରଥମେ ବ୍ୟାୟାମରୁ ଦିନ ଆରମ୍ଭ କରିବା ଲାଭପ୍ରଦ ହୋଇଥାଏ। ଆଜି ଆମେ…

ସୋଆରେ ଆରମ୍ଭ ହେଲା ଆନ୍ତର୍ଜାତିକ ଫିଜିଓଥେରାପି ସମ୍ମିଳନୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫିଜିଓଥେରାପି ବିଭାଗ, ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପି (ଆଇଏପି) ଉକ୍ରଳ ଶାଖା ଓ  ଆଇଏପିର ମହିଳା ଶାଖା ପକ୍ଷରୁ  ଆନ୍ତର୍ଜାତିକ ଫିଜିଓଥେରାପି ସମ୍ମିଳନୀ…

ଭାଷାର ବିକାଶ ପାଇଁ ପ୍ରୁଫ୍-ସଂଶୋଧକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

କଟକ: ଭାଷାର ଉନ୍ନତି ପାଇଁ ବର୍ଣ୍ଣାଶୁଦ୍ଧିର ଯେତିକି ଆବଶ୍ୟକତା ରହିଛି ପ୍ରୁଫ୍-ସଂଶୋଧନର ସେତିକି ମଧ୍ୟ ଗୁରୁତ୍ବ ରହିଛି। ଓଡ଼ିଆ ଭାଷାରେ ପ୍ରକାଶିତ ପୁସ୍ତକ ଆଦିରେ ଠିକ୍‌ ଭାବରେ ପ୍ରୁଫ୍-ସଂଶୋଧନ ହେଉନଥିବାରୁ ମାତ୍ରାଧିକ ବର୍ଣ୍ଣାଶୁଦ୍ଧି ଦେଖାଦେଉଛି। ଏହାଦ୍ବାରା ଭାଷା ବିକୃତ ହେଉଛି। ଆମ…

ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସ ଭବନରୁ ନାଗ ସାପ ଉଦ୍ଧାର

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସରକାରୀ ବାସ ଭବନରେ ଦେଖିବାକୁ ମିଳିଛି ନାଗ ସାପ। ସନ୍ଧ୍ୟା ୮ଟା ସମୟରେ ଏହି ନାଗ ସାପଟି ପଶି ଯାଇଥିଲା। ଖବର ପାଇ ସ୍ନେକ ହେଲ୍ପଲାଇନ ସହଯୋଗରେ ସାପଟିକୁ ଉଦ୍ଧାର କରାଯାଇଥିଲା। ସୂଚନା ଅନୁଯାୟୀ, ରାଜଭବନ  ଛକରେ ଥିବା VIIR-1…