Latest Odisha News

BREAKING NEWS

ମାୟାବତୀଙ୍କୁ ବଡ ଝଟକା, ବିଏସ୍‌ପିରୁ ଇସ୍ତଫା ଦେଇ ଆର୍‌ଏଲ୍‌ଡିରେ ମିଶିଲେ ସାଂସଦ ମାଲୁକ ନାଗର

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପୂର୍ବରୁ ବିଏସ୍‌ପିକୁ ଝଟକା । ଦଳ ରୁ ଇସ୍ତଫା ଦେଲେ ଉତ୍ତରପ୍ରଦେଶ ବିଜନୋରର ଏମ୍‌ପି ମାଲୁକ ନାଗର । ଏହାପରେ ସେ ଆର୍‌ଏଲ୍‌ଡିରେ ଯୋଗ ଦେଇଛନ୍ତି । ତେବେ ମାଲୁକ ନାଗରଙ୍କ ସ୍ଥାନରେ ବିଏସ୍‌ପି ମୁଖ୍ୟ ମାୟାବତୀ ବିଜେନ୍ଦ୍ର ସିଂଙ୍କୁ ପ୍ରାର୍ଥୀ କରିଛନ୍ତି ।…

କେହି ଦଙ୍ଗା କରିବାକୁ ଆସୁଛନ୍ତି ତ ମୁଣ୍ଡକୁ ଥଣ୍ଡା ରଖି ଚୁପ୍ ରୁହନ୍ତୁ: ଇଦ୍ ରେ କହିଲେ ମମତା…

ନୂଆଦିଲ୍ଲୀ: ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଇଡି, ଏନଆଇଏ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଇଦ୍-ଉଲ୍-ଫିତର ଅବସରରେ କୋଲକାତାର ରେଡ୍…

ଅଜଣା ଗାଡି ଧକ୍କାରେ ଚାଲିଗଲା ୩ ଯୁବକଙ୍କ ଜୀବନ

ବରଗଡ: ବରଗଡ଼ ଜିଲ୍ଲା ଲୁହୁରାଚଟି ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜାତୀୟ ରାଜପଥ ଉପରେ ଅଜଣା ଗାଡ଼ି ଧକ୍କାରେ ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକ ମାନେ ଅଶୋକା ବିଲିକନ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି l ସୂଚନା ଅନୁଯାୟୀ, ଗତ ରାତିରେ ବରଗଡ଼ ଜିଲ୍ଲା ସୋହେଲା ଥାନା…

ହାର୍ଦ୍ଦକଙ୍କୁ ଠକିଲା ସାବତ ଭାଇ

ମୁମ୍ବାଇ: ଭାରତୀୟ କ୍ରିକେଟର ଦୁଇ ଭାଇ ହାର୍ଦ୍ଦିକ ଓ କୃଣାଳ ପାଣ୍ଡ୍ୟାଙ୍କୁ ତାଙ୍କର ସାବତ ଭାଇ ବୈଭବ ପାଣ୍ଡ୍ୟା ଠକିଛନ୍ତି । ରିପୋର୍ଟ ମୁତାବକ ବୈଭବଙ୍କୁ ମୁମ୍ବାଇର ଇକୋନୋମିକ ଅଫେନ୍ସ ୱିଙ୍ଗ ଏହି ଘଟଣାରେ ଗିରଫ କରିଛି । ୨୦୨୧ରେ ଏହି ମାମଲା ରୁଜୁ ହୋଇଥିଲା । ବୈଭବ ସେମାନଙ୍କ ସହ ମିଶି…

ଇଦ ଅବସରରେ ସଲମାନ ଘୋଷଣା କଲେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦର

ମୁମ୍ବାଇ: ଏଥର ଇଦ ଅବସରରେ ସଲମାନ ଖାଁଙ୍କ କୌଣସି ଫିଲ୍ମ ରିଲିଜ ହୋଇ ନାହିଁ । ତେବେ ପ୍ରଶଂସକଙ୍କୁ ନିରାଶ ନ କରି ସେ ଏହି ଅବସରରେ ତାଙ୍କର ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଏଆର ମୁରୁଗାଡୋସ ସିକନ୍ଦର ନାମକ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ।…

ଏଲନ ମସ୍କଙ୍କ ଭାରତ ଗସ୍ତ ପୂର୍ବରୁ ଠପ୍ ହେଲା ‘ଏକ୍ସ’ ପ୍ଲାଟଫର୍ମ, ଅପଡେଟ୍ ହେଉନି ଟାଇମଲାଇନ

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ପୁଣି ଥରେ ଠପ୍ ହୋଇଯାଇଛି । ଯେଉଁଥିପାଇଁ 'ଏକ୍ସ' ବ୍ୟବହାରକାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜି ସକାଳ ୧୦ ଟା ୪୧ ରୁ ୟୁଜର୍ସମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୟୁଜର୍ସଙ୍କ ଟାଇମଲାଇନ ଅପଡେଟ୍ ହେଉନାହିଁ କିମ୍ବା…

ସମାଜବାଦୀ ପାର୍ଟି ଜାରି କଲା ଇସ୍ତାହାର; କ୍ଷମତାକୁ ଆସିଲେ ଅଟା ଠୁ ଡାଟା ଦିଆଯିବ ମାଗଣା

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଇସ୍ତାହାର ପତ୍ର ଜାରି କରିଛି । 'ଭିଜନ ଡକ୍ୟୁମେଣ୍ଟ' ନାମରେ ଜାରି କରାଯାଇଥିବା ମେନିଫେଷ୍ଟୋରେ ସାମାଜିକ ନ୍ୟାୟ ତଥା ସମ୍ବିଧାନର ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି କୁହାଯାଇଛି । ସପା ଦେଇଥିବା ପ୍ରତିଶ୍ରୁତିରୁ ଏହା ସ୍ପଷ୍ଟ ହୋଇଛି ଯେ…

୨ ବିଧାୟକଙ୍କ ସଭ୍ୟପଦ ରଦ୍ଧ, ସଭ୍ୟପଦ ରଦ୍ଦ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଭୁବନେଶ୍ଵର: ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ । ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ ହୋଇଛି । ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ ଏହି ଦୁଇ ଜଣଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ଦେଶାବଳୀ…

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୬ ଛାତ୍ରଛାତ୍ରୀ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ

ଚଣ୍ଡିଗଡ: ହରିୟାଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ସକାଳେ ଏକ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ, ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ପୁଣି ଅଶାନ୍ତ ପଦ୍ମକେଶରୀପୁର, ଫୁଟିଲା ବୋମା, ୨ ଆହତ

ଭୁବନେଶ୍ଵର: ପୁଣି ଅଶାନ୍ତ ପଦ୍ମକେଶରୀପୁର । କିଛି ଦିନର ବିରତି ପରେ ପୁଣି ଥରେ ପଦ୍ମକେଶରୀପୁରରେ ଅଶାନ୍ତି ଦେଖିବାକୁ ମିଳିଛି । ସୁଧ ଟଙ୍କା କାରବାରକୁ ନେଇ ପଦ୍ମକେଶରୀପୁରରେ ବୋମାମାଡ ହୋଇଛି । ବୋମାମାଡରେ ଗୋଟିଏ ପରିବାରର ୨ଜଣ ଆହତ ହୋଇଛନ୍ତି । ୨ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ…