Latest Odisha News

BREAKING NEWS

କୋରାପୁଟ ସଂସଦୀୟ କ୍ଷେତ୍ରକୁ ନେଇ ନବୀନ ନିବାସରେ ସମୀକ୍ଷା ବୈଠକ

ଭୁବନେଶ୍ୱର: ପ୍ରଥମେ ପୁରୀ, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ପରେ ଏବେ କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ର ଲାଗି ବିଜେଡିର ସମୀକ୍ଷା ବୈଠକ । ନବୀନ ନିବାସରେ କୋରାପୁଟ ନେତାଙ୍କୁ ନେଇ ଆରମ୍ଭ ହୋଇଛି ଆଲୋଚନା । ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକ ଓ ଆଶାୟୀ ନେତାଙ୍କୁ ନେଇ ଆଲୋଚନା କରୁଛନ୍ତି…

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୧ଟି ରାଜ୍ୟର ୧୦୨ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ୧୦୨ଟି ଆସନ ଭିତରେ ତାମିଲନାଡୁର…

ପାରାଦୀପରେ ସମୁଦ୍ରରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସାଗର କବଚ-୧’ ଆରମ୍ଭ

ପାରାଦୀପ: ଆଜି ପାରାଦୀପରେ ଆରମ୍ଭ ହୋଇଛି ସମରାଭ୍ୟାସ ‘ସାଗର କବଚ-୧’ । ଭାରତୀୟ ନୌସେନା, ତଟରକ୍ଷା ବାହିନୀ, ସାମୁଦ୍ରିକ ପୋଲିସ, ମତ୍ସ୍ୟବିଭାଗ ଓ ଗୁଇନ୍ଦା ବିଭାଗ ପରି ଏକାଧିକ ବିଭାଗ ମିଳିତ ଭାବରେ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଏହି ସମରାଭ୍ୟାସ ଦୁଇ ଦିନ ଧରି ଚାଲିବ ।…

ସରିଲା ୯୦ ପ୍ରତିଶତ କାମ, ସଂପୂର୍ଣ୍ଣ ସୁରକ୍ଷିତ ଏବେ ଶ୍ରୀମନ୍ଦିର ନାଟମଣ୍ଡପ: ଏଏସଆଇ

ପୁରୀ: ଏବେ ସୁରକ୍ଷିତ ଶ୍ରୀମନ୍ଦିର ନାଟମଣ୍ଡପ । ଆଉ ନାହିଁ ଶ୍ରୀମନ୍ଦିର ନାଟମଣ୍ଡପ ଭାଙ୍ଗିବାର ଭୟ । ଏଏସଆଇ ସୁପରିଟେଣ୍ଡଣ୍ଟଙ୍କ ନାଟମଣ୍ଡପ ବିମରେ ଫାଟର ମରାମତି କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଛି । ଆଉ ଅବଶିଷ୍ଟ ମରାମତି କାର୍ଯ୍ୟ ରଥଯାତ୍ରାରେ ଶେଷ ହେବା ନେଇ କୁହାଯାଇଛି । ଯାହା ଏବେ…

ରାଜ୍ୟରେ ପ୍ରବଳ ବର୍ଷା ଜାରି, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ରାଜ୍ୟ ତମାମ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମଧ୍ୟ ଜାରି ରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । କଟକ ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ଗଞ୍ଜାମ, ଗଜପତି, ରାୟଗଡା,…

ଝାରପଡ଼ା ଜେଲରେ ରେଡ୍, ୬ ଜଣ ଏସିପି ସାମିଲ

ଭୁବନେଶ୍ବର: ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ପରେ ଆଜି କମିଶନରେଟ୍ ପୁଲିସ ପକ୍ଷରୁ ରେଡ୍ କରାଯାଇଛି । ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଜେଲରେ ପହଞ୍ଚି ଏହି ରେଡ୍ କରିଛନ୍ତି । ଜେଲର ପ୍ରତ୍ୟେକ ସେଲ୍ ଓ ଓ୍ବାର୍ଡରେ ଛାନଭିନ କରାଯାଉଛି । ଡିସିପିଙ୍କ ସମେତ…

ହୃଦରୋଗ ଜନିତ ମୃତ୍ୟୁର କାରଣ ସାଜିପାରେ ମଧ୍ୟବର୍ତ୍ତୀକାଳୀନ ଉପବାସ

ନୂଆଦିଲ୍ଲୀ: ଓଜନ କମାଇ  ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଉପବାସ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ବଢ଼ିପାରେ ହୃଦରୋଗ ଜନିତ ମୃତ୍ୟୁ ଆଶଙ୍କା । ନିକଟରେ ଏକ ଅଧ୍ୟୟନରୁ ଏମିତି ଚିନ୍ତା ଜନକ ତଥ୍ୟ ମିଳିଛି। ବର୍ତ୍ତମାନ ସମୟରେ ମଧ୍ୟବର୍ତ୍ତୀକାଳୀନ ଉପବାସ…

ଲଗାତର ପଞ୍ଚମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ

ମସ୍କୋ: ଲଗାତର ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହୋଇଛନ୍ତି ଭ୍ଲାଦିମିର ପୁଟିନ । ଆୟୋଜିତ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ୮୭.୮% ପ୍ରତିଶତ ଭୋଟ୍ ମିଳିଛି । କ୍ରମାଗତ ଭାବେ ସେ ପଞ୍ଚମ ଥର ଦେଶର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଆଗାମୀ ୬ ବର୍ଷ ପାଇଁ ଶାସନ କରିବେ । ଭ୍ଲାଦିମର…

ବିଶ୍ଵ ପଖାଳ ଦିବସ: ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଏବଂ ଗର୍ବ, ସବୁଠି ବାସୁଛି ପଖାଳ ବାସ୍ନା

ଭୁବନେଶ୍ଵର: ଆଜି ବିଶ୍ଵ ପଖାଳ ଦିବସ । ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଏହାର ମହତ୍ତ୍ୱ ମନେ ପକାଇବା ପାଇଁ ପ୍ରତି ବର୍ଷ …

ବିଏମସି କମିଶନର ପଦରୁ ହଟାଯାଇଥିବା କୁଲାଙ୍ଗେ ହେଲେ ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର: ବିଜୟ ଅମୃତା କୁଲାଙ୍ଗେଙ୍କୁ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ (ଓମଫେଡ୍)ର ନୂତନ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ମାର୍ଚ୍ଚ ୧୬ ତାରିଖରେ ଜାରି…