Latest Odisha News

BREAKING NEWS

କୋରାପୁଟ ସଂସଦୀୟ କ୍ଷେତ୍ରକୁ ନେଇ ନବୀନ ନିବାସରେ ସମୀକ୍ଷା ବୈଠକ

ଭୁବନେଶ୍ୱର: ପ୍ରଥମେ ପୁରୀ, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ପରେ ଏବେ କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ର ଲାଗି ବିଜେଡିର ସମୀକ୍ଷା ବୈଠକ । ନବୀନ ନିବାସରେ କୋରାପୁଟ ନେତାଙ୍କୁ ନେଇ ଆରମ୍ଭ ହୋଇଛି ଆଲୋଚନା । ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକ ଓ ଆଶାୟୀ ନେତାଙ୍କୁ ନେଇ ଆଲୋଚନା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆୟୋଜିତ ଏହି ବୈଠକରେ କୋରାପୁଟ ପର୍ଯ୍ୟବେକ୍ଷକ ଦିବ୍ୟଶଙ୍କର ମିଶ୍ର, ରାୟଗଡ଼ା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚ୍ଚୀ ନାୟକ, ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହିତ ରବି ନନ୍ଦ, ପ୍ରୀତମ ପାଢୀ, ଭାସ୍କର ରାଓ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ନିର୍ବାଚନ ପାଖେଇ ଆସୁଥିବାବେଳେ, ଦଳ ପକ୍ଷରୁ କିଛି ଦିନ ହେବ ଜିଲ୍ଲା ଓ୍ବାରୀ ଆଲୋଚନା ଚାଲିଛି । ଯାହାକୁ ନେଇ ଆଜି ନବୀନ ନିବାସରେ କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ର ଲାଗି ବୈଠକ ବସିଛି । କିପରି ଦଳ ବିଜୟ ହାସିଲ କରିବ ସେନେଇ ଆଲୋଚନା ହେଉଥିବା ସୂଚନା ରହିଛି ।

Leave A Reply

Your email address will not be published.