Latest Odisha News

BREAKING NEWS

ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ସ୍ୱାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ। ରାଜ୍ୟରେ ରୋଗୀ ପରିବହନ ବ୍ୟବସ୍ଥା ସୁଧୁରିବ। ପୁରୁଣା ହୋଇଯାଇଥିବା ଆମ୍ବୁଲାନ୍‌ସକୁ ବଦଳାଇ ୪୨୮ଟି ନୂଆ ଆମ୍ବୁଲାନ୍ସ ପାଇଁ ସରକାର ଟେଣ୍ଡର କରିଥିଲେ। ଏହି କ୍ରମରେ ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ।…

SI exam scam: ପୋଲିସ SI ପରୀକ୍ଷା କେଳେଙ୍କାରୀ; ୪ ଜଣଙ୍କୁ ସିବିଆଇ ଜେରା

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ ଚାରି ଜଣଙ୍କୁ ପଚରାଉଚରା କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ସୂତ୍ର ଅନୁଯାୟୀ ୧୦ ଜଣଙ୍କୁ ସମନ କରାଯାଇଥିଲା, କିନ୍ତୁ ମାତ୍ର ଚାରି ଜଣ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇଥିଲେ।…

New Labour Codes: ବର୍ଷେ ଚାକିରି ପରେ ଗ୍ରାଚ୍ୟୁଟି, କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଧ୍ୟତାମୂଳକ…

ନୂଆଦିଲ୍ଲୀ: ସରକାର ଶୁକ୍ରବାର ଏକ ଐତିହାସିକ ନିଷ୍ପତ୍ତି ନେଇ ଚାରୋଟି ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି। ଏହି ସଂହିତା ୨୯ ପୁରୁଣା ଶ୍ରମ ଆଇନକୁ ସରଳ ଏବଂ ଏକୀକୃତ କରିଛି। ଏହି ପ୍ରମୁଖ ପରିବର୍ତ୍ତନ ଗିଗ୍ କର୍ମଚାରୀ (ସ୍ୱଳ୍ପକାଳୀନ ଚୁକ୍ତିନାମାରେ କାମ କରୁଥିବା)ଙ୍କୁ ସାମାଜିକ…

ଆଜି ସୃଷ୍ଟି ହେବ ଲଘୁଚାପ: ବଢୁଛି ବାତ୍ୟା ଭୟ

ଭୁବନେଶ୍ବର: ଆଜି ଲଘୁଚାପ। ଦିନକ ପରେ ଅବପାତ। ଓଡ଼ିଶାକୁ ପୁଣି ବାତ୍ୟା ଭୟ ଦେଖାଦେଇଛି। ମାସ ଶେଷ ଆଡକୁ ବାତ୍ୟା ଓ ବର୍ଷା ହେବା ନେଇ ବିଭିନ୍ନ ପାଣିପାଗ ମଡେଲ ସୂଚନା ଦେବା ପରେ ବିଶେଷକରି ରାଜ୍ୟର ଚାଷୀକୂଳ ଛାନିଆ ହୋଇପଡିଛନ୍ତି। ସମ୍ଭାବ୍ୟ ବାତ୍ୟା କେଉଁଠି ସ୍ଥଳ ଭାଗ ଛୁଇଁବ ? ବିଭିନ୍ନ…

କଟକରେ ଡବଲ ମର୍ଡର; ବାପା ଓ ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ

କଟକ: କଟକରେ ଡବଲ ମର୍ଡର। ଟଙ୍କା ପାଇଁ ବାପା ଓ ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ। ଘର ଭିତରେ ଛୁରୀରେ ଉଭୟଙ୍କ ତଣ୍ଟିକାଟି ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ଶୁକ୍ରବାର ଦିନ କଟକର ଦରଘା ବଜାର ଥାନା ଅନ୍ତର୍ଗତ ପୁରୁଣା ଜେଲ କଲୋନିର ଏକ ଘର ଭିତରେ ନିଜ ବାପା ଏବଂ ମାଆଙ୍କୁ ଛୁରି ଭୁସି…

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ

ଗୌହାଟୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଗୌହାଟୀରେ ଖେଳାଯିବ। ଗୌହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଏକ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ। ସକାଳ ୮.୩୦ରେ ଟସ୍ ଅନୁଷ୍ଠିତ ହେବ ଏବଂ ମ୍ୟାଚ୍ ୯ଟାରେ…

Raid on Kashmir Times: ଖବରକାଗଜ ଅଫିସରେ କ’ଣ କରୁଛି ବନ୍ଧୁକ, AK-47 ଗୁଳି ? ତଦନ୍ତ ସଂସ୍ଥାର ଚଢାଉ…

ଶ୍ରୀନଗର: ଗୁରୁବାର ଦିନ ଜମ୍ମୁ ଏବଂ କାଶ୍ମୀର ପୋଲିସର ରାଜ୍ୟ ତଦନ୍ତ ସଂସ୍ଥା (SIA) କାଶ୍ମୀର ଟାଇମ୍ସ ଖବରକାଗଜର (Kashmir Times Office)ଜମ୍ମୁ କାର୍ଯ୍ୟାଳୟରେ ଚଢାଉ କରିଥିଲା। ଏହି ସମୟରେ ଖବରକାଗଜ କାର୍ଯ୍ୟାଳୟରୁ AK ରାଇଫଲ୍ କାର୍ଟ୍ରିଜ୍, ପିସ୍ତଲ ଗୁଳି ଏବଂ ହ୍ୟାଣ୍ଡ ଗ୍ରେନେଡ୍ ପିନ୍…

ମିଛ ଧରା ପଡିଯିବା ଭୟରେ ସରକାର ଗଣତିମଣତିକୁ ଟାଳୁଛନ୍ତି: ବିଜେଡି

ଭୁବନେଶ୍ୱର: ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ରଖିଛି । ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଗଣତି ମଣତି ହେବ ବୋଲି ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟ ଉପରେ…

Konark Sun Temple: ସୂର୍ଯ୍ୟମନ୍ଦିରରେ ଉନ୍ନତ ଲାଇଟ ଆଣ୍ଡ ସାଉଣ୍ଡ ଶୋ ସିଷ୍ଟମର ଉଦଘାଟନ; ୪୦ମିନିଟର ପୂରା…

କୋଣାର୍କ: ପର୍ଯ୍ୟଟକମାନେ ଏଣିକି ନୂଆ ରୂପରେ ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସାଉଣ୍ଡ ଶୋ ଦେଖି ପାରିବେ। ଶୁକ୍ରବାର ସନ୍ଧ୍ୟାରେ ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମକୁ ଉଦଘାଟନ କରିଛନ୍ତି । ସନ୍ଧ୍ୟା ୬ଟା ୩୦ରୁ ୭ଟା ୧୦ ଏବଂ ୭ଟା ୩୦ରୁ ୮ଟା ୧୦ପର୍ଯ୍ୟନ୍ତ ଦୁଇଟି ଶୋ…

Dr. Harekrushna Mahatab:’ଆଧୁନିକ ଓଡ଼ିଶାର ଗୌରବମୟ କୀର୍ତ୍ତିରେ ରହିଛି ଡକ୍ଟର ମହତାବଙ୍କ ସ୍ପର୍ଶ’

ଭୁବନେଶ୍ୱର: ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ…